ଏନଟିପିସିରେ କମାଲ ଦେଖାଇଲେ ଦୁଷ୍ଟିହୀନ ସଦସ୍ୟ

0

(ଜ୍ୟୋତିରଞ୍ଜନ ଧର /କଣିହାଁ )ରିପୋର୍ଟସଟୁଡେ:ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଏନଟିପିସି ଅଭରବ୍ରିଜ୍ ଠାରେ ଗତକାଲି ରାତ୍ରି ୮ଟାରେ ନବରଙ୍ଗପୁର ଅଞ୍ଚଳର ଗଙ୍ଗା ତୁଳସୀ ଜୀବନ ଦୃଷ୍ଟିହୀନ ପକ୍ଷରୁ ଭଜନ ସନ୍ଧ୍ୟା ମାଧ୍ୟମରେ ନିଜର କମାଲ ଦେଖାଇଛନ୍ତି । ଖୋଦ ସଂଘର ସଭାପତି ପ୍ରତାପ କୁମାର ପରିଡ଼ା ସମେତ ତାଙ୍କ ସାଥିମାନେ ଏହି ଭଜନ ସନ୍ଧ୍ୟା ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଦେଖିବାପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଭିଡ଼ ପରିଲକ୍ଷିତ ହୋଇଥିଲା । ଦର୍ଶକମାନେ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବେଶ ଉପଭୋଗ କରିବାର ଦୃଶ୍ୟ ପ୍ରତ୍ୟୟମାନ ହେଉଥିଲା । ଭୁବନେଶ୍ୱରସ୍ଥିତ ବିଜେପି ଓ ରମାଦେବୀ କଲେଜ , କଟକସ୍ଥିତ ଶୈଳବାଳା କଲେଜ , ନିମାପଡ଼ା ସଙ୍ଗୀତ ମହାବିଦ୍ୟାଳୟର ଦୃଷ୍ଟିହୀନ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ କଣ୍ଠସ୍ବରର ଯାଦୁ ଲୋକମାନଙ୍କୁ ବେଶ ଘଣ୍ଟା ଘଣ୍ଟା ଧରି ବାନ୍ଧି ରଖିଥିଲା । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗା ତୁଳସୀ ଦୃଷ୍ଟିହୀନ ସଂଘ ସଂପାଦକ ଲିଙ୍ଗରାଜ ପଟ୍ଟନାୟକ, ଲିପୁ, ସତ୍ୟ ଅଭି, ରୋଜା, ସଞ୍ଜୁ, ଗୋବିନ୍ଦ, ହେମଲତା, କାଳିଆ ପ୍ରମୁଖ ସଙ୍ଗୀତ ପରିବେଷଣରେ ସାମିଲ ଥିଲେ।