ନୂଆଦିଲ୍ଲ୍ଲୀ: ଏନସିଇଆରଟି ନିଜ ପାଠ୍ୟ ପୁସ୍ତକରୁ ସମ୍ବିଧାନର ପ୍ରଣୟନ ସମ୍ବନ୍ଧିତ ପ୍ରସଙ୍ଗ ହଟାଇବାକୁ ନେଇ ଉଠିଥିବା ବିବାଦ ଉପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବ ରଖିଛନ୍ତି । କଂଗ୍ରେସ ପକ୍ଷରୁ କୁହାଯାଇଛି କି, ୩ୟ ଓ ୬ଷ୍ଠର ବହୁ ପୁସ୍ତକରୁ ସମ୍ବିଧାନ ପ୍ରସ୍ତାବକୁ ହଟାଇ ଦିଆ ଯାଇଛି । ଏହା ବିରୋଧରେ ସମସ୍ତଙ୍କୁ ଅପତ୍ତି କରିବାର ଆବଶ୍ୟକତା ରହିଛି ।
ଯାହାକୁ ନେଇ ଶିକ୍ଷା ମନ୍ତ୍ରୀ ପ୍ରଧାନ କହିଛନ୍ତି କି, ଏନସିଇଆରଟିର ପୁସ୍ତକ ସମ୍ବଧାନ ପ୍ରସ୍ତାବ ହଟାଇବା ଅଭିଯୋଗ ଆଧାରହୀନ । ରାଷ୍ଟ୍ରୀୟ ଶିକ୍ଷାନୀତି ଅନ୍ତର୍ଗତ ପ୍ରଥମ ଥର ପାଇଁ ଏସସିଇଆରଟି ପୁସ୍ତକରେ ଭାରତର ସମ୍ବିଧାନର ବିଭିନ୍ନ ଦିଗକୁ ଉଚିତ ମହତ୍ୱ ଓ ସମ୍ମାନ ଦେଇଛି । ପିଲାଙ୍କ ସାମଗ୍ରିକ ବିକାଶ ପାଇଁ ଏନଇପିର ଦୃଷ୍ଟିକୋଣର ପାଳନ କରି ଏହି ସମସ୍ତ ଦିଗକୁ ବୟସ ଆଧାରରେ ସ୍ଥାନ ଦିଆଯାଇଛି । ଶିକ୍ଷା ପରି ବିଷୟକୁ ନିଜ ମିଛ ରାଜନୀତି ପାଇଁ ବ୍ୟବହାର କରିବା ଓ ସେଥିପାଇଁ ପିଲାଙ୍କ ସାହାରା ନେବା କଂଗ୍ରେସର ଘୃଣ୍ୟ ମାନସିକତାକୁ ଦର୍ଶାଉଛି । ପିଲାଙ୍କ ଭବିଷ୍ୟତ ସହ ଖେଳୁଥିବା ଓ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ନିରର୍ଥକ କହୁଛି ଲୋକ ମିଛର ପ୍ରଚାର କରିବା ପୂର୍ବରୁ ସତ ଜାଣିବାର ଆବଶ୍ୟକତା ରହିଛି ।
ତେବେ ଏହି ପ୍ରସଙ୍ଗରେ କଂଗ୍ରେସ ପ୍ରବକ୍ତା ଡା ସମା ମହମ୍ମଦ ଏକ୍ସରେ ଲେଖିଥିଲେ କି, ଏନସିଆରଟି ତରଫରୁ ଚଳିତ ବର୍ଷ ଜାରି ତୃତୀୟ ଓ ଷଷ୍ଠ ଶ୍ରେଣୀର କିଛି ବହିରୁ ସମ୍ବିଧାନ ପ୍ରସ୍ତାବନ ହଟାଇ ଦିଆ ଯାଇଛି । ସମ୍ବିଧାନ ନଷ୍ଟ କରିବାକୁ ବିଜେପି ତରଫରୁ ଆକ୍ରମଣ ଆରମ୍ଭ ହୋଇଯାଇଛି । ତେଣୁ ସବୁ ଅଭିଭାବକ ଆସି ଏମିତି ଇତିହାସ ନଷ୍ଟ କରିବା ପାଇଁ ପ୍ରୟାସ ଉପରେ ଆପତ୍ତି ଉଠାଇବା ଜରୁରୀ ।