( ଭୁବନେଶ୍ୱର /ରିପୋର୍ଟସଟୁଡେ) : ଗ୍ରୀଷ୍ମଋତୁ ଆରମ୍ଭ ହୋଇସାରିଛି । ଖରା ପ୍ରଖର ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ସମସ୍ତ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଶେଷ ହୋଇସାରିଛି । ଗ୍ରୀଷ୍ମଋତୁ ଆରମ୍ଭ ହେବା ଅସହ୍ୟ ଗରମ ଅନୁଭବ ହେଉଛି । ତେଣୁ ଏରିକି ଏପ୍ରିଲ ୨ରୁ ସବୁ ସ୍କୁଲକୁ ସକାଳୁଆ କରିବାକୁ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦିଆଯାଇଛି । ଉଭୟ ସରାକାର ଓ ବେସରକାରୀ ସ୍କୁଲକୁ ସକାଳୁଆ କରିବା ପାଇଁ କୁହାଯାଇଛି । ଏହା ସହ ପ୍ରତି ସ୍କୁଲରେ ଏପ୍ରିଲ ୨ରେ ପ୍ରବେଶ ଓ ୩ରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବାକୁ ନିଷ୍ପତି ହୋଇଛି । ଖରାଦିନ ସ୍କୁଲସକାଳ ୬ଟା ୩୦ରୁ ଆରମ୍ଭ ହୋଇ ୧୦ଟା ୩୦ ପର୍ୟ୍ୟନ୍ତ ଚାଲିବ ଏହା ସହ ଦିନ ୧୦ଟାରେ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ନିଆଯାଇଛି । ଏପ୍ରିଲ ୨ରୁ ଏପରି ଭାବେ ସକାଳୁଆ ସ୍କୁଲ ହୋଇ ମେ ୬ରୁ ଗ୍ରୀଷ୍ମ ଛୁଟି ହେବ ବୋଲି ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ପଠାଯାଇଛି ।