ଏମଭି 88 ସରକାରୀ ବାର୍ଷିକ କ୍ରୀଡା ଅନୁଷ୍ଠିତ

0

ମାଲକାନଗିରି;( ଆଶିଷ ବାଇନ) ;-ଏମଭି ୮୮ ସରକାରୀ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।ଶିବ ମନ୍ଦିର ପରିସରରୁ ମଶାଲ ନେଇ କାର୍ୟ୍ୟକ୍ରମ ର ଶୁଭାରମ୍ଭ କରାଯାଇଅଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ବିଧାୟକ ନରସିଂହ ମାଡକାମି,ସୁକମା ଉପାଦକ୍ଷ ବି ବିଜୟ ନାଇଡୁ,ଶିକ୍ଷକ ନାରାୟଣ ପଣ୍ଡା, ସ୍କୁଲ ପରିଚାଳନା କମିଟି ମଳି ନା ବଛାଡ଼ , ଭଗବତୀ ସ୍ଵର , ପ୍ରମିଳା ବଛାଡ଼, ଅରୁଣ ବଙ୍ଗାଳୀ, ତପନ କୁମାର ବିଶ୍ବାସ, ଦେବାଶିଷ ମଣ୍ଡଳ ଆଦି ମଞ୍ଚାସୀନ ହୋଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସରଦାର ମଞ୍ଚ ପରିଚାଳନା କରିଥିଲେ। ବାର୍ଷିକ କ୍ରୀଡା ରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। କ୍ରୀଡା ଶାରୀରିକ ବିକାଶ ରେ ମୁଖ୍ୟ ଭୂମିକା ରହି ଥାଏ, ଖେଳ କୁଦ ଦ୍ୟାରା ଆମେ ଶାରୀରିକ ଭାବରେ ସକ୍ଷମ ହେବା ସହ ଆମ ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ଅତିଥି ମାନେ ମତ ଦେଇଥିଲେ।