ଏମ ଅଭୟଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଏନବିଡବ୍ଲୁ କାର୍ଯ୍ୟକାରୀ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟଙ୍କ ନିର୍ଦ୍ଦେଶ କ୍ରମେ ୨୭/୦୧/୨୦୨୦ରୁ ୪/୨/୨୦୨୦ ମଧ୍ୟରେ ରାଜ୍ୟ କ୍ରାଇମ ବ୍ରାଞ୍ଚ ଏକ ସ୍ୱତନ୍ତ୍ର ଅଭିଯାନରେ ମୋଟ ୫୧୨୧ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଥିବା ବେଳେ ୨୦୧୯ରେ ସମୁଦାୟ ୧୬,୪୯୯ ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଥିଲା । ସ୍ୱଳ୍ପ ସମୟ ଏହା ପୁଲିସ ପାଇଁ ଏକ ବଡ ସଫଳତା ନିଶ୍ଚିତ ।
ଏହି ସ୍ୱତନ୍ତ୍ର ଅଭିଯ।।ନ ଫଳରେ କାର୍ଯ୍ୟକାରୀ ହୋଇନଥିବା ଜାମିନ ବିହୀନ ପରୱାନା ସଂଖ୍ୟାରେ ୨୦ ପ୍ରତିଶତ ହ୍ରାସ ହୋଇଛି । ସ୍ୱତନ୍ତ୍ର ଅଭିଯାନର ଆରମ୍ଭରେ କାର୍ଯ୍ୟକାରୀ ହୋଇ ଡ଼ଥିବା ଏନ ବି ଡବ୍ଲୁର ସଂଖ୍ୟା ୩୯,୨୫୪ । ଅଭିଯାନ ସମୟରେ ଆଉ ୧୬୮୫ଟି ନୂଆ ପରୱାନା ଗ୍ରହଣ କର।।ଯାଇଥିଲା । ସ୍ୱତନ୍ତ୍ର ଅଭିଯ।।ନ ସମୟରେ ୫୧୨୧ଟି ପରୱ।।ନା କାର୍ଯ୍ୟକାରୀ ହୋଇଥିବା ବେଳେ ୪୩୩୩ଟି ଟି ଏନ ବି ଡବ୍ଲୁର ଅନ୍ୟ ଉପାୟରେ ସମାଧାନ କର।।ଯାଇଛି । ଅଭିଯାନ ଶେଷ ସୁଦ୍ଧା ଏନବିଡବ୍ଲୁର ସଂଖ୍ୟ ୩୧,୪୮୨କୁ ଖସିଯାଇଛି ।
ଏହି ଅଭିଯାନରେ ବିଭିନ୍ନ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ । ଗଞ୍ଜମ ଜିଲ୍ଲ।। ପୁଲିସ ସର୍ବାଧିକ ୭୩୩ଟି, କୋରାପୁଟ ପୁଲିସ ୪୧୭ଟି, ଖୋର୍ଦ୍ଧା ପୁଲିସ ୩୫୫ଟି ଏନବିଡବ୍ଲୁକୁ କାର୍ଯ୍ୟକାରୀଥିଲେ । ସେହିପରି କେନ୍ଦ୍ରାପଡା, କଟକ, କେନ୍ଦୁଝର, ଯ।।ଜପୁର ଓ ମୟୂରଭଞ୍ଜ ଜିଲ୍ଲାରେ ୨୦୦ରୁ ଅଧିକ ଏନବିଡବ୍ଲୁ କାର୍ଯ୍ୟକାରୀ ହୋଇଥିଲା । ଏହି ସଫଳତା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶ ସମସ୍ତ ଜିଲ୍ଲ।। ଅ।।ରକ୍ଷୀ ଅଧିକ୍ଷକଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ।