ହୋଲି ଖେଳନ୍ତି ନାହିଁ କରନ ..

0

 (ପ୍ରିୟଦର୍ଶନୀ ସ୍ୱାଇଁ) ମୁମ୍ବାଇ : ବର୍ଷକୁ ଥରେ ନୂଆ ଆଶା ନୂଆ ଆକାଂକ୍ଷାକୁ ନେଇ ପାଳନ କରାଯାଏ ରଙ୍ଗର ପର୍ବ ହୋଲି । ଏଥି ପାଇଁ ଉତ୍ସାବ ମୁଖର ହୋଇପଡିଛି ସାରା । ଏହି ଅବସରରେ  ବଲିଉଡ଼ର କଳାକାରମାନେ ମଧ୍ୟ ବହୁ ଧୁମଧମରେ ପାଳନ କରିଥାନ୍ତି ଏହି ପର୍ବ । ବଲିଉଡର ଜଣେ ଶ୍ରେଷ୍ଠ ନିର୍ଦ୍ଦେଶକ ନିର୍ଦେଶକ କରନ ଜୋହର ଯିଏକି ହୋଲି ଠାରୁ ବହୁତ ଦୂରରେ ରହିଥାନ୍ତି । କରନ ଏକ ସୋ ମାଧ୍ୟମର ହୋଲି ନ ଖେଳିବାର କାରଣ ଖୁଲାସା କରିଥିଲେ । ସେ କହିଥିଲେ, ଯେତେବେଳେ କରନ  ୬ ବା ୭ ବର୍ଷ ବୟସର ହୋଇଥିଲେ ସେହି ସମୟରେ ତାଙ୍କ କଲୋନୀର କିଛି ଛୋଟ ପିଲା ତାଙ୍କୁ ରଙ୍ଗ ଲଗାଇବା ପାଇଁ ଚେଷ୍ଟା କରିବା ସମୟରେ ସେ ତଳେ ପଡ଼ିଯାଇଥିଲେ । ଏବଂ ପିଲାମାନଙ୍କ ସହିତ ଝଗଡ଼ା ହୋଇଯାଇଥିଲା।  କେବଳ ସେତିକି ନୁହେଁ  ହୋଲି ଦିନ ଅମିତାଭ ବଚ୍ଚନଙ୍କ ଘରେ ପହଞ୍ଚିବା ପରେ ଅଭିଷେକ ତାଙ୍କୁ ସୁଇମିଙ୍ଗ୍ ପୁଲକୁ ଠେଲି ଦେଇଥିଲେ। ଏହି ଘଟଣାରେ ସେ ଏତେ ମାତ୍ରାରେ ଭୟଭୀତ ହୋଇଯାଇଥିଲେ, ଯାହା ପରେ ସେ କେବେବି ହୋଲି ଖେଳନ୍ତି ନାହିଁ।  କିନ୍ତୁ ଅଭିଷେକ ବଚ୍ଚନ ଏବଂ କରନ ଜୋହରଙ୍କ ପିଲା ଦିନର ବନ୍ଧୁତ୍ବ ଆଜି ମଧ୍ୟ ଜାରି ରହିଛି ।