(ଭୁବନେଶ୍ୱର/ରିପୋର୍ଟସଟୁଡେ): ଜନ୍ମ ଓ ମୃତ୍ୟୁ ଜୀବନର ଚିରନ୍ତନ ସତ୍ୟ। ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁର ଯାତ୍ରାରୁ କେହି କେବେ ଫେରିନାହିଁ। କିନ୍ତୁ ଏପରି ଏକ ମନ୍ଦିର ଅଛି, ଯେଉଁଠି ମୃତବ୍ୟକ୍ତି ମଧ୍ୟ ଜୀବିତ ହୋଇଯାଏ। ଏହି କଥା ଜାଣିବା ପରେ ଆପଣ ନିଶ୍ଚେ ଆଶ୍ଚର୍ୟ୍ୟ ଚକିତ ହେଉଥିବେ, ମାତ୍ର କଥାଟା ସତ୍ୟ।
ଏହି ମନ୍ଦିର ଦେବଭୂମି ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ୍ରୁ ୧୨୮ କିଲୋମିଟର ଦୂର ଲାଖାମଣ୍ଡଲ ନାମକ ସ୍ଥାନରେ ଅବସ୍ଥିତ । କିମ୍ବଦନ୍ତୀ ଅନୁସାରେ, ଅଜ୍ଞାତବାସ ସମୟରେ ଦୁର୍ୟ୍ୟୋଧନ ମା’ କୁନ୍ତୀ ଓ ପଞ୍ଚପାଣ୍ଡବଙ୍କୁ ମାରିବା ପାଇଁ ଜଉଗୃହ ନିର୍ମାଣ କରିଥିଲେ। ପାଣ୍ଡବମାନେ ଯେଉଁ ଗୁମ୍ଫା ଦେଇ ଜଉଗୃହ ଦେଇ ବାହାରିଥିଲେ, ଉକ୍ତ ଐତିହାସିକ ଗୁମ୍ଫା ବର୍ତ୍ତମାନ ସେହି ସ୍ଥାନରେ ଅବସ୍ଥିତ। ଏହି ଅଞ୍ଚଳରୁ ଅନେକ ଶିବଲଙ୍ଗ ମିଳିଛି। ଏହା ପ୍ରମାଣିତ କରିଥାଏ କି’ ପାଣ୍ଡବମାନେ ଏହି ନଗରରେ ବସବାସ କରିଥିଲେ।ଏହିଠାରୁ ମିଳିଥିବା ଶିବଲିଙ୍ଗର ବିଶେଷତ୍ୱ ଏହିକିଯେ, ଏହା ଭିନ୍ନଭିନ୍ନ ହୋଇଥାଏ। ହଜାର ବର୍ଷ ଏହି ଲିଙ୍ଗ ମାଟିରେ ପୋତି ହୋଇଥିଲେ ମଧ୍ୟ ତାହା ଆଜିବି ଚିକ୍ଚିକ୍ କରିଥାଏ। ଏହାକୁ ମହାମୁଣ୍ଡେଶ୍ୱର ମଧ୍ୟ କୁହାଯାଇଥାଏ। ଏହି ମନ୍ଦିରର ଅଗଣାରେ ଏକ ଲିଙ୍ଗ ରହିଛି, ଯାହାକୁ ଅଜ୍ଞାତବାସ ସମୟରେ ଯୁଧିଷ୍ଠିର ନିର୍ମାଣ କରିଥଲେ। ଦ୍ୱିତୀୟ ଲିଙ୍ଗ ଗ୍ରାଫାଇଟ୍ରେ ନିର୍ମିତ, ଯାହା ଉପରେ ଜଳ ଢାଳିଲେ ସେଥିରେ ବ୍ୟକ୍ତିର ପ୍ରତିଛବି ଦେଖାଯାଇଥାଏ। ଏହି ଲିଙ୍ଗ ଆଗରେ ଦୁଇ ଦ୍ୱାରପାଳ ପଶ୍ଚିମକୁ ମୁହଁକରି ଛିଡ଼ା ହୋଇଛନ୍ତି। କୁହାଯାଏ, ଏହି ଦ୍ୱାରପାଳଙ୍କୁ ସାମ୍ନାରେ ରଖିବା ପରେ ପୂଜକ ଅଭିଷେକ ମନ୍ତ୍ରଜଳ ଛିଞ୍ଚିଥାଆନ୍ତି। ପରେ କିଛି ସମୟ ପାଇଁ ମୃତବ୍ୟକ୍ତି ଜୀବିତ ହୋଇ ଯାଇଥାଏ। ମହାଦେବଙ୍କୁ ସ୍ମରଣ କରିଥାଆନ୍ତି। ପୂଜାରୀ ତାଙ୍କୁ କ୍ଷୀର, ଅରୁଆ ଚାଉଳ ଓ ଗଙ୍ଗା ଜଳ ଦେଇଥାଆନ୍ତି, ଯାହାକୁ ଗ୍ରହଣ କରିବାମାତ୍ରେ ଆତ୍ମା ପୁଣି ଶରୀର ତ୍ୟାଗ କରିଥାଏ। ଏଠାରୁ କେହି ଖାଲି ହାତରେ ଫେରି ନ ଥିବା ଲୋକ ବିଶ୍ୱାସ ରହିଛି। କିନ୍ତୁ ଆଜିବି ଏହାର ରହସ୍ୟ ଅସ୍ପଷ୍ଟ।