(ଶୁଭସ୍ମିତା ଦାଶ / ରିପୋର୍ଟସ ଟୁଡ଼େ ) : ବାସ୍ତୁ ଅନୁସାରେ ଏପରି ଅନେକ ମୂର୍ତ୍ତି ରହିଛି ଯାହାକୁ ଘରେ କିମ୍ଵା ଘରର ମନ୍ଦିରରେ ରଖିବା ଉଚିତ ନୁହେଁ । ଯଦି ଏହି ମୂର୍ତ୍ତି ଆପଣ ଘରେ ରଖିଛନ୍ତି ତବେ ଏହା ଆପଣଙ୍କ ପାଇଁ ଅଶୁଭ ହୋଇପାରେ । ଆସନ୍ତୁ ଜାଣିବା ବାସ୍ତୁ ଦ୍ୱାରା ବର୍ଜିତ କିଛି ମୂର୍ତ୍ତି ବିଷୟରେ
ନଟରାଜ ଶଙ୍କର
ଭଗବାନ ଶିବଙ୍କ ମନ ଅଶାନ୍ତ ହେଲେ ସେ ତାଣ୍ଡବ କରିଥାନ୍ତି । ଶାସ୍ତ୍ର ଅନୁସାରେ ଶିବ ଯେବେ ବି ତାଣ୍ଡବ କରିଥାନ୍ତି ସଂସାର ଦୋହଲିଯାଏ । ଯଦି ଆପଣ ତାଣ୍ଡବ ଭଳି ମୂର୍ତ୍ତି ଠାକୁର ଘରେ ରଖନ୍ତି ତେବେ ଘରେ ଲଢେଇ ଝଗଡ଼ା ଦେଖାଦେଇଥାଏ ।କିମ୍ଵା
ମା କଳୀ
ମା ଦୁର୍ଗା ରାକ୍ଷାସମାନ ଙ୍କ ବିନାସ କରିବା ପାଇଁ ମହାକାଳୀ ରୁପ ଧାରଣ କରିଥିଲେ । ମହାକାଳୀ ସର୍ବଦା କ୍ରୋଧରେ ହିଁ ରହିଥାନ୍ତି । ଯଦି ଆପଣ ପୂଜା ଘରେ ମହାକାଳୀଙ୍କ ମୂତ୍ତି ରଖନ୍ତି ତେବେ ଆପଣଙ୍କ ଘରେ ସର୍ବଦା କ୍ରେଧର ମାହୋଲ ରହିବ ।
ଭୈରବନାଥ
ଭୈରବନାଥଙ୍କ ପୂଜା ପୂରା ମନ୍ତ୍ର ତନ୍ତ୍ର ଦ୍ୱାରା କରାଯାଇଥାଏ । ଏହି ମୂର୍ତ୍ତି ଘରେ ରଖିବା ଦ୍ୱାରା ଆପଣଙ୍କ ଘରର ପ୍ରତ୍ୟେକ ବ୍ୟକ୍ତି କାହାର ନା କାହାର ଅକ୍ତିଆରରେ ରହିବେ ।
ଠିଆ ହୋଇଥିବା ମା ଲକ୍ଷ୍ମୀ
ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରେ ସର୍ବଦା ଧନ ସମ୍ପଦ ଭରପୁର ରହୁ ତେବେ ଘରେ ମା’ ଲକ୍ଷ୍ମୀଙ୍କ ଠିଆ ହୋଇଥିବା ମୂର୍ତ୍ତି ରଖନ୍ତୁ ନାହିଁ । ଠିଆ ହୋଇଥିବା ଲକ୍ଷ୍ମୀ ମୂର୍ତ୍ତି ରଖିବା ଦ୍ୱାରା ଘରେ ଧନ ରହିନଥାଏ ।
ମହାଦେବ ଶନି
ଶାସ୍ତ୍ର ଅନୁସାରେ ଶନିଦେବଙ୍କୁ ତାଙ୍କ ପତ୍ନୀଙ୍କୁ ଠାରୁ ଅଭିଶାପ ମିଳିଥିଲା ଯେ ତାଙ୍କ ନଜର ଯାହା ଉପରେ ପଡ଼ିବ ତାହାର ସର୍ବନାଶ ହେବ । ଯଦି ଆପଣ ଶନିଦେବଙ୍କ ମୂର୍ତ୍ତି ଘରେ କିମ୍ବା ଅଫିସରେ ରଖନ୍ତି ତେବେ ଏହାର ନକରାତ୍ମକ ପ୍ରଭାବ ଆପଣଙ୍କ ପରିବାର ସଦସ୍ୟଙ୍କ ଉପରେ ପଡ଼ିଥାଏ ।