ଓଡ଼ିଆ ଭାଷା ଉଛେଦକୁ ନେଇ ଝାରଖଣ୍ଡ ସରକାରଙ୍କ ନିଷ୍ପତ୍ତି କୁ ବିରୋଧ

0

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର) ; ବିଚ୍ଛିନ୍ନାଞ୍ଚଳରେ ଥିବା ସଢେଇକଳା ଖରସୁଆଁ ଦିନେ ଓଡ଼ିଶାର ଅଂଶବିଶେଷ ଥିଲା।ଏଠାକାର ଅଧିବାସୀ ମାନେ ଏବେ ବି ଓଡ଼ିଆ।ସେମାନଙ୍କର ପରମ୍ପରା, ଚାଲିଚଳନ ସଂସ୍କୃତି ସବୁ ଓଡ଼ିଆ।ଝାରଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ମିଳିଥିଲା। ମାତ୍ର ଏବ ଝାରଖଣ୍ଡ ରାଜ୍ୟ ସରକାର ଓଡ଼ିଆ ଭାଷାକୁ ରାଜ୍ୟଭାଷାକୁ ବାଦ ଦେବାକୁ ଚିନ୍ତା କରୁଥିବାରୁ ସଢେଇକଳା ଖରସୁଆଁ ତଥା ସୀମାନ୍ତବତୀ ଅଞ୍ଚଳରେ ରହୁଥିବା ଓଡ଼ିଆ ମାନେ ପ୍ରତିକ୍ରିୟା ଶୀଳ ହୋଇଥିବା ଜଣାପଡିଛି।ଏ ବାବଦରେ ଆଜି ସଢେଇକଳା ଜିଲ୍ଲାପାଳ ଙ୍କକାର୍ୟ୍ୟାଳୟ ସମୁଖରେ କୋହାଣ ଓଡ଼ିଆ ସମାଜ ତରଫରୁ ଗଣଧାରଣା କରାଯାଇଥିଲା। ମନହରପୁର ଝାରଖଣ୍ଡର ପୂର୍ବତନ ବିଧାୟକ ଗୁରୁଚରଣ ନାୟକଙ୍କ ଜରୀଆରେ ଦିଆଯାଇଥିବା ଏହି ଧାରଣାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଓଡ଼ିଆ ଭାଷାଭାଷୀଙ୍କ ସମାବେଶ ହୋଇଥିବାବେଳେ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ସଢେଇକଳା ଜିଲ୍ଲାପାଳ ଅରୱା ରାଜକମଲଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷାକୁ ଝାରଖଣ୍ଡ ରାଜ୍ୟରେ ଉପଯୁକ୍ତ ସମ୍ମାନ ଜଣାଇବା ସହିତ ଓଡ଼ିଆ ବିରପୁରୁଷ ମାନଙ୍କୁ ଝାରଖଣ୍ଡ ସରକାର ସମ୍ମାନ ଦେଉ ନଥିବାରୁ ଅସୋନ୍ତଷ ପ୍ରକାଶ ପାଇଛି। ଏତଦବ୍ୟତୀତ ୧୮୫୭ ବିଦ୍ରୋହରେ ମହାନାୟକ ପଡାହାଟ ରାଜା ଅର୍ଜୁନ ସିଂହ ତଥା ଜଗୁ ଦିବାନଙ୍କ ପ୍ରତିମୂର୍ତ୍ତି ଚାଇଁବଶକ୍ଷ ଓ ଟାଟା ଆଦି ସ୍ଥାନରେ ଲଗାଇବାକୁ ଦାବି କରାଯାଇଛି।କୋହ୍ଲ ବିଦ୍ରୋହ,ଭୁମିଜ ବିଦ୍ରୋହରେ ସାମିଲ ହୋଇଥିବା ଓଡ଼ିଆ ବୀରଙ୍କ ପ୍ରତିମୂର୍ତ୍ତିକୁ ବିଭିନ୍ନ ସ୍ଥାନରେ ଲଗାଇବାକୁ ଦାବି କରାଯାଇଥିବା ବେଳେ ନେତ୍ୱତରେ ଥିବା କଂଗ୍ରେସ ନେତା ବାଗୁନ ସୁମୁଇ ଓରୁଦ୍ର ଷଡ଼ଙ୍ଗୀଙ୍କ ପ୍ରତିମୂର୍ତ୍ତି ବିଭିନ୍ନ ସ୍ଥାନରେ ଲଗାଇବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଚକ୍ରଧରପୁର,ଶୋଢେଇକଳା ଓ ଜାମସେଦପୁର କଲେଜରେ ଓଡ଼ିଆ ଇସ୍ନାତକର ବିଭାଗ ଖୋଲିବା,ଖରସୁଆଁ ଆଦି ଅଞ୍ଚଳରେ ଓଡ଼ିଆ ଅଧ୍ୟାପକ ନିର୍ୟୁକ୍ତି କରାଯିବା।ବିଭିନ୍ନ କଲେଜରେ ପ୍ରଫେସର ନିଯୁକ୍ତ କରାଯିବା।ବିଭିନ୍ନ ସ୍କୁଲ ଓ କଲେଜରେ ଅଧ୍ୟାପକ ପଦବୀ ପୂରଣ କରିବା ଏବଂ ଖଣ୍ଡାମୌଦାରେ ପାଞ୍ଚ ଜଣ ଓଡ଼ିଆ ଶିକ୍ଷକ ନିର୍ୟୁକ୍ତି ପାଇଁ ଦାବି କରାଯାଇଛି।ଗୁହିଆ ପାଳ, ଗୋଲମରି ଗୋପବନ୍ଧୁ ସ୍କୁଲ ହାମଣଦାରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବା। +୨କଲେଜ ମାନଙ୍କରେ ଅଧ୍ୟାପକ ନିର୍ୟୁକ୍ତି,ସମସ୍ତ ଓଡ଼ିଆ ସ୍କୁଲମାନଙ୍କରେ ଓଡ଼ିଆ ଶିକ୍ଷକ ନିଯୁକ୍ତି ଦେବା ସମେତ ସମସ୍ତ ବିଷୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଓଡ଼ିଆ ମାଧ୍ୟମରେ ପାଠପୁସ୍ତକ ଯୋଗାଇ ଦେବାକୁ ଆବେଦନ କରାଯାଇଛି।ଓଡ଼ିଆ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ପାଇଥିବା ବେଳେ ଓଡ଼ିଆ ଏକାଡେମୀ ଘୋଷଣା ସହିତ କିଛି ବିଦ୍ୟାଳୟ ଗୁଡିକୁ ଭାଷାଗତ ଅଳ୍ପ ସଂଖ୍ୟକ ଘୋଷଣା କରିବା,ନବମ ତଥା ଦଶମ ସିଲାଵସରେ ମାତୃଭାଷା ଘୋଷଣା କରିବା,ବିହାର ଓଡିଶା ସହିତ ହୋଇଥିବା ଏଗ୍ରିମେଣ୍ଟକୁ କାର୍ୟ୍ୟକାରୀ କରାଯିବା ଉତ୍କଳ ସମ୍ମିଳନୀର ଶିକ୍ଷିତ ବ୍ୟକ୍ତିମାନଙ୍କୁ ପାରା ଶିକ୍ଷକ ରୂପେ ଗ୍ରହଣ କରିବା ଉଲ୍ଲେଖ ରହିଛି।ଝାରଖଣ୍ଡ ରାଜ୍ୟପାଳଙ୍କ ଉଦେଶ୍ୟରେ ଏହି ଦାବିପତ୍ର ଶଢେଇକଳା ,ଖରସୁଆଁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ମିନାକ୍ଷୀ ପଟନାୟକ,ଅଶୋକ ଷଡ଼ଙ୍ଗୀ,ଗୁରୁଚରଣ ନାୟକ ଓଉଦୟ ସିଂଦେଓ ପ୍ରମୁଖ ବ୍ୟକ୍ତିଉପସ୍ଥିତ ଥିଲେ।