(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଜୀବନ ରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ବ୍ୟକ୍ତିଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯାଇଥାଏ । ତେବେ ୨୦୧୮ ପାଇଁ ୪୮ ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର ପ୍ରଦାନ କରାଯାଉଛି । ସେମାନଙ୍କ ମଧ୍ୟରେ ୮ ଜଣଙ୍କୁ ମରଣୋତ୍ତର ପଦକ ପ୍ରଦାନ କରାଯିବ । ସେହି ୮ ମରଣୋତ୍ତର ପଦକ ତାଲିକାରେ ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କ ନାମ ରହିଛି ।
ତିନୋଟି ଶ୍ରେଣୀରେ: ସର୍ବୋତ୍ତମ ଜୀବନ ରକ୍ଷା ପଦକ, ଉତ୍ତମ ଜୀବନ ରକ୍ଷା ପଦକ ଏବଂ ଜୀବନ ରକ୍ଷା ପଦକ ପ୍ରଦାନ କରାଯାଇଥାଏ । ଏହି ପୁରସ୍କାର ଯେ କୌଣସି ବର୍ଗର ବ୍ୟକ୍ତି ବିଶେଷ ଏହି ପୁରସ୍କାର ପାଇପାରିବେ ।