(ମମତା ସାମଲ)ରିପୋର୍ଟସଟୁଡେ: ଓଡିଶାକୁ ଆସିଲା ଇଜିପ୍ଟ ପିଆଜ । ରାଜଧାନୀକୁ ଆସିଛି ଇଜିପ୍ଟ ପିଆଜ । ଫଳରେ ଓଡିଶା ବଜାରରେ ପିଆଜର ଦର ୧୦୦ରୁ ଖସିଛି । ଏବେ ଇଜିପ୍ଟ ପିଆଜର ଦର ୮୦ ଟଙ୍କା ରହିଥିବା ବେଳେ ନାସିକ ପିଆଜର ପାଇକାରୀ ଦର କିଲୋ ପିଛା ୭୦/୭୫ ଟଙ୍କାକୁ ଖସିଛି ।
ମହାରାଷ୍ଟ୍ରରେ ପିଆଜ ଅମଳ ଋତୁ ପାଖେଇ ଆସୁଥିବା ବେଳେ ଇଜିପ୍ଟ ପିଆଜ ଭାରତ ବଜାରକୁ ଆସିଥିବାରୁ ଖୁବ୍ ଶୀଘ୍ର ଦରରେ ଦ୍ରୁତ ହ୍ରାସ ଘଟିବା ଆଶା କରାଯାଉଛି। ନୂଆବର୍ଷ ପ୍ରଥମ ସପ୍ତାହ ସୁଦ୍ଧା ଆଖିଦୃଶିଆ ହ୍ରାସ ଘଟିବ ବୋଲି ଆଶା କରାଯାଉଛି ।
ଓଡିଶାକୁ ଏବେ ଇଜିପ୍ଟ ପିଆଜ କମ୍ ପରିମାଣରେ ଆସୁଛି। ଛତିଶଗଡ଼ ରାୟପୁର ମଣ୍ଡିରୁ କିଛି ବ୍ୟବସାପୟୀ ପରୀକ୍ଷାମୂଳକଭାବେ ଭୁବନେଶ୍ୱର ବଜାରକୁ ଆଣିଛନ୍ତି। ଅନ୍ୟପକ୍ଷରେ ଇଜିପ୍ଟ ପିଆଜ ପାଇଁ ନାସିକ୍ ପିଆଜ ଦର ମଧ୍ୟ କମିଛି।