ଓଡିଶାରେ ଅର୍ଥ କମିଶନ ସଦସ୍ୟ

0

୪ ଦିନିଆ ଓଡିଶା ଗସ୍ତରେ ଷୋଡସ ଅର୍ଥ କମିଶନ ସଦସ୍ୟ । ଓଡିଶାରେ ପହଞ୍ଚିଲେ ଡ.ଅରବିନ୍ଦ ପାନଗେରିଆଙ୍କ ଅଧକ୍ଷତାରେ ୧୫ ଜଣ ସଦସ୍ୟ । ଆଜି ଖଣ୍ଡଗିରି, ଉଦୟଗିରି ସହ କଳାଭୂମି ବୁଲିବେ କମିଶନ ସଦସ୍ୟ । ଏବଂ ଆସନ୍ତା କାଲି ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ସମସ୍ତ ସଦସ୍ୟ ।

 

୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ଅଧିକାରୀଙ୍କ ସହ ହେବ ବୈଠକ । ଆଉ ସେହିଦିନ ଆୟୋଜନ ହେବ ମୁଖ୍ୟମନ୍ତ୍ରୀ ଏବଂ କମିଶନଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ । ବୈଠକରେ ଗ୍ରାମାଞ୍ଚଳରେ ଅର୍ଥନୀତିର ବିକାଶ ପ୍ରସଙ୍ଗକୁ ଫୋକସ୍ କରାଯିବ । ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବି ମୁଖ୍ୟମନ୍ତ୍ରୀ ରଖିବେ ଅର୍ଥ କମିଶନଙ୍କ ସାମ୍ନାରେ ।