(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଆସନ୍ତା ୩୧ ତାରିଖରେ ଓଡିଶା ଆସିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଭୁବନେଶ୍ୱରର ଲୋୟର ପିଏମଜିରେ ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଅନୁଷ୍ଠିତ ଏକ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କେଜରିୱାଲଙ୍କ ସହ ଅନ୍ୟ ଜାତୀୟ ଦଳର କିଛ ିନେତା ଏହି ସମାବେଶରେ ଯୋଗ ଦେବେ । ଏନେଇ ସାମାଜିକ ନ୍ୟାୟ ଅଭିଯାନର ଆବାହାକ ଦେବୀ ପ୍ରସାଦ ପୃଷ୍ଟି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।