(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି କଂଗ୍ରେସର ୧୩୫ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଓଡିଶା କଂଗ୍ରେସ ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଛି। ସିଏଏକୁ ବିରୋଧ କରି ସମ୍ଵିଧାନ ବଞ୍ଚାଅ, ଭାରତ ବଞ୍ଚାଅ ବାର୍ତ୍ତା ଦେଇ ରାଲି ହେଉଛି। କଂଗ୍ରେସ ଭବନରୁ ରାଜମହଲ ଛକ ଯାଏଁ ଏକ ବିରାଟ ଶୋଭାଯାତ୍ରା କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ଵରେ ଶତାଧିକ କଂଗ୍ରେସ କର୍ମୀ ଏହି ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ୟ୍ୟାଳୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାହୁଲ ଗାନ୍ଧୀ, ଦଳର ବରିଷ୍ଠ ନେତା ଏକେ ଆଣ୍ଟୋନୀ, ଅହମଦ ପଟେଲ ଏବଂ ବହୁ ବିଶିଷ୍ଟ ନେତା ଉପସ୍ଥିତ ଥିଲେ।