(ଓମ ପ୍ରକାଶ ମିଶ୍ର)ସୋନପୁର: ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ଜନଶୁଣାଣୀ ଶିବିର ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣୀ ଶିବିରରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷା ସନ୍ଧ୍ୟାବତି ପ୍ରଧାନ ଯୋଗଦେଇ ପୂର୍ବରୁ ରୁଜୁ ହୋଇଥିବା ୯ ଟି ମାମଲା ଓ ଆସିଥିବା ୧୦ ଟି ମାମଲା ର ଅଭିଯୋଗ ଉପରେ ଆଲୋଚନା କରିଥିଲେ।ମୋଟ ୧୯ ଟି ମାମଲା ରୁ ୭ ଟି ମାମଲା ର ଶୁଣାଣି କରିଥିଲେ।ଅନ୍ୟ ୧୨ ଟି ମାମଲାରେ ସମ୍ଫୄକ୍ତ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ।ପ୍ରମାଣ ପତ୍ର ନ ଥାଇ ଜିଲ୍ଲା ରେ ୨୪ ଟି ବେସରକାରୀ ବିଦ୍ୟାଳୟ ଚାଲିଥିବାରୁ ଆୟୋଗ ବିରକ୍ତ ପ୍ରକାଶ କରିଥିଲେ।ଏହା ସହ ବିଦ୍ୟାଳୟ ମାନଙ୍କରେ ଖେଳପଡିଆ ,ଆବଶ୍ୟକ ଶ୍ରେଣୀ କୋଠରୀ, ଶୈାଚାଳୟ ନ ଥିବା ଅଭିଯୋଗ ଆସିଥିଲା। ଆସନ୍ତା ୩ ମାସ ଭିତରେ ସର୍ବଶେଷ ତଥ୍ୟ ଆୟୋଗଙ୍କ କାର୍ୟ୍ୟାଳୟ କୁ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।ଶିକ୍ଷା ଅଧିକାର ଆଇନ କୁ ସୁନିଶ୍ଚିତ କରିବା ସହ ସୁରକ୍ଷିତ ଓ ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥା ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏହି ଶିବିରରେ ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡାକ୍ତର ପ୍ରଦୀପ ଗୁରୁ, ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହରିଚରଣ ମିଶ୍ର ଓ ସାମାଜିକ କର୍ମୀ ଘାଶିରାମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।