ଓଭର ବ୍ରିଜ ଦାବିରେ ଭଦ୍ରକରେ ରେଳରୋକ

0

ଋିପୋର୍ଟସ୍ ଟୁଡେ: ଭଦ୍ରକ ଚରମ୍ପା ରେଳ ଷ୍ଟେସନ ତାରିଣୀ ଛକ ଲେବୁଲ କ୍ରସିଂଠାରେ ଓଭରବ୍ରିଜ ନିର୍ମାଣ ଓ ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ସୋମବାର ସକାଳେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରେଳ ରୋକ କରାଯାଇଥିଲା । ରେଳ ଧାରଣାରେ ବହୁ କଂଗ୍ରେସ କର୍ମୀ ବସିରହି ଏହି ପ୍ରକ୍ରିୟାକୁ ଆଗେଇ ନେଇଥିଲେ । ବିଭାଗୀୟ ଅଧିକାରୀଙ୍କ ପ୍ରତିଶୃତି ପରେ ରେଳ ରୋକରୁ ଓହରିଥିଲେ କର୍ମୀ । ଫେବୃଆରୀ ୭ ସୁଦ୍ଧା କାର୍ୟ୍ୟକାରୀ ନ ହେଲେ ପୁଣିଥରେ ରେଳରୋକୋ କରାଯିବ ବୋଲି ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ଅନନ୍ତ ସେଠୀ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି ।