ଓମିକ୍ରନରେ କାମ କରୁନି ବର୍ତ୍ତମାନର ଭ୍ୟାକ୍ସିନ

0

(ଭୁବନେଶ୍ୱର) : କରୋନାର ଦ୍ୱିତିୟ ଲହର ପରେ ୩ୟ ଲହର ପାଇଁ ଘାରିଛି ଚିନ୍ତା । ଆଉ ଏହାରି ଭିତରେ କରୋନା ଭାଇରସର ଆଉ ଏକ ଭ୍ୟାରିଏଣ୍ଟ ଓମିକ୍ରିନ ଆଣିଛି ମୁଣ୍ଡବିନ୍ଧା । ପୁଣିଥରେ ଅନେକ ଦେଶରେ ଫେରିଛୀ ଲକଡାଉନ । ଆଉ ଏହାରି ଭିତରେ ସମସ୍ତଙ୍କର ଗୋଟିଏ ଚିନ୍ତା ଓମିକ୍ରିନ ସହ ବର୍ତ୍ତମାନର ଭ୍ୟାକସିନ ମୁକାବିଲା କରିପାରିବତ? ଦୁନିଆର ଶୀର୍ଷ ବୈଜ୍ଞାନିମାନେ ଓମିକ୍ରନ ଭାରିଏଣ୍ଟ ଉପରେ କଡା ନଜର ରଖିଛନ୍ତି ଏବଂ ଏହାର ଯାଞ୍ଚ ଜାରି ରହିଛି। ଫାର୍ମା କମ୍ପାନୀ ମୋଡେର୍ଣ୍ଣାର ମୁଖ୍ୟ ମେଡିକାଲ ଅଫିସର ପଲ୍ ବର୍ଟନ କହିଛନ୍ତି, ବର୍ତ୍ତମାନର ଭ୍ୟାକ୍ସିନ ଓମିକ୍ରନ ଭାରିଏଣ୍ଟ ଉପରେ ପ୍ରଭାବ ପକାଇବ କି ନାହିଁ ତାହା ସନ୍ଦେହ। ଯଦି ଏମିତି ହୁଏ ତେବେ ଭ୍ୟାକ୍ସିନରେ ସୁଧାର କରାଯାଇ ପରବର୍ତ୍ତୀ ଡୋଜ୍ ଆସନ୍ତା ବର୍ଷ ସୁଦ୍ଧା ଉପଲବ୍ଧ ହୋଇପାରେ। ବ୍ଲୁମର୍ଗର ଏକ ଖବର ଅନୁଯାୟୀ, ପଲ୍ ବର୍ଟନ କହିଛନ୍ତି, ମୋଡେର୍ଣ୍ଣା ଓମିକ୍ରନ ଭାରିଏଣ୍ଟ ବିରୋଧରେ ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ତାର ଯାଞ୍ଚ କରୁଛି। କମ୍ପାନୀ ଦୁଇଟି ବୁଷ୍ଟର ଡୋଜ୍ ଉପରେ ଅଧ୍ୟୟନ କରୁଛନ୍ତି।
ବ୍ରିଟେନର ସ୍ଵାସ୍ଥ୍ୟ ସଚିବ ସାଜିଦ ଜାଭେଦ କହିଛନ୍ତି, ଓମିକ୍ରନ ସଂପର୍କିତ ୨ ମାମଲା ସମ୍ନାକୁ ଆସିବା ପରେ ଜରୁରୀ ପଦକ୍ଷେପ ନିଆଯାଇଛି। ବୈଜ୍ଞାନିକ ନୂତନ ଭାରିଏଣଟ୍ ଉପରେ ଗବେଷଣା ଚଳାଇଛନ୍ତି। ବର୍ତ୍ତମାନ ଦେଶରେ ଓ୍ଵାର୍କ ଫ୍ରମ ହୋମ୍ ଏବଂ କୋରନା କଟକଣା ଲଗାଯିବାର ଆବ୍ୟକତା ନାହିଁ। ପଲ୍ ବର୍ଟନ ବିବିସି ସହ ଆଲୋଚନା ବେଳେ କହିଛନ୍ତି , ଓମିକ୍ରନ ଭାରିଏଣ୍ଟ ବିରୋଧରେ ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ଜାଣିବା ପାଇଁ ହେଲେ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡିବ।ଯଦି ଆମକୁ ନୂତନ ଭ୍ୟାକ୍ସିନର ଆବଶ୍ୟକତା ଅନୁଭବ ହୁଏ ତେବେ ଏହା ଆଗାମୀ ୨୦୨୨ ସୁଦ୍ଧା ବଡ ସଂଖ୍ୟାରେ ଉପଲବ୍ଧ ହୋଇ ପାରିବ। ବର୍ତ୍ତମାନର ଭ୍ୟାକ୍ସିନ କେତେ ପ୍ରଭାବଶାଳୀ ଜାନୀବାକୁ ଜେଲେ ପ୍ରଥମେ ଦେଖିବାକୁ ହେବ ବ୍ୟକ୍ତି ଜଣଙ୍କ କେତେ ସମୟ ପୂର୍ବରୁ ଭ୍ୟାକ୍ସିନ ନେଇଥିଲେ। ବର୍ତ୍ତମାନ କୋଭିଡ୍-୧୯ର ଭ୍ୟାକ୍ସିନ ନେବାକୁକ ପରାମର୍ଶ ଦିଆଯାଉଛି।