ଓଲିଉଡରେ କଣ୍ଠଦାନ କଲେ ୟୁଟ୍ୟୁବ୍ ସେନ୍ସେସନ୍ ଦୁଲେ ରାପର୍

0

ଭୁବନେଶ୍ୱର/ସଞ୍ଜୁ – ଓଲିଉଡର ପ୍ରଥମ ଥର ପାଇଁ ସଂଙ୍ଗୀତ ଗାଇଲେ କଳାହାଣ୍ଡିର ଦୁଲେ ରାପର ଓରଫ ଖପର୍ ଘରର୍ ରାପର୍ । ସଂଗୀତ ନିର୍ଦ୍ଦେଶକ଼ ପ୍ରେମ୍ ଆନନ୍ଦ ତାଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ ଓଡିଆ ଫିଲ୍ମ ଗୀତରେ ରାପ୍କୁ ସାମିଲ କରାଯାଇଛି । ଜିଓ ୱାଲା ଆଣ୍ଟି ଗୀତଟି ଲେଖିଛନ୍ତି ସୁବ୍ରତ ସ୍ୱାଇଁ । ଏହି ଗୀତରେ କଣ୍ଠଦାନ କରିଛନ୍ତି ଦୁଲେ ରାପର ବା ଡୁଲେଶ୍ୱର ତାଣ୍ଡି ।

 

ଭୁବନେଶ୍ୱରର ସ୍ମୃତି ଷ୍ଟୁଡିଓରେ ଏହି ଗୀତ ରେକର୍ଡ କରାଯାଇଛି। ଓଡିଆ ସିନେ ଜଗତର ବହୁ ଚର୍ଚ୍ଚିତ ଗାୟକ ଆଶୁତୋଷ ଓ ସୁବର୍ଣ୍ଣରେଖା ଙ୍କ ସହ ଦୁଲେ ରାପର  ଗାଇବେ । ୟୁଟ୍ୟୁବ୍ ସେନ୍ସେସନ୍ ତଥା ଖପର୍ ଘରର୍ ରାପର୍ ଭାବେ ପରିଚିତ କଳାହାଣ୍ଡିର ଡୁଲେଶ୍ୱର ତାଣ୍ଡି ସୁନୋ ସର୍କାର ରାପ୍ ଗୀତ ଗାଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚିତ ହୋଇଥିଲେ। ବିଶାଲ ଦଦଲାନି ତାଙ୍କୁ ବଲିଉଡରେ ଗାଇବାକୁ ଅଫର ଦେଇଥିଲେ ବି ଦୁଲେ ରାପରଙ୍କ ସ୍ୱପ୍ନ ଥିଲା ଓଡ଼ିଆ ସିନେମାରେ ଗୀତ ଗାଇବା।