(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରରୟନ ଉଦ୍ଦେଶ୍ୟରେ ଏକ ବୈଠକ ସ୍ଥାନୀୟ ଅଭିଲେଖାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଖୁବ ଶୀଘ୍ର ରାଜ୍ୟରେ ଏକ ନୂତନ ସଂସ୍କୃତି ଓ ଐତିହ୍ୟ ନୀତି କାର୍ଯ୍ୟକାରୀ ହେବାକୁ ଥିବା ପରିପ୍ରେକ୍ଷୀରେ ବୈଠକରେ ବ୍ୟାପକ ଆଲୋଚନା ହୋଇଥିଲା । ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ବୈଠକରେ ଅଧ୍ୟକ୍ଷତା କରି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସାଂସ୍କୃତିକ ସଂପଦର ସୁରକ୍ଷା ତଥା ଆନ୍ତଜାର୍ତିକ ସ୍ତରରେ ଆଦୃତିକୁ ଦୃଷ୍ଟିରେ ରଖି ପ୍ରସ୍ତାବିତ ନୀତିରେ ବିଭିନ୍ନ ବ୍ୟବସ୍ଥା ରହିବ ବୋଲି ଉଲ୍ଲେଖ କରିଥିଲେ ।