(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ପରିପ୍ରେକ୍ଷୀରେ ଓଡ଼ିଶା ଆସିବେ ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ଖାଲି ଓଡ଼ିଶା ଆସିବେ ନାହିଁ ଓଡ଼ିଶାରୁ ସଦସ୍ୟ ମଧ୍ୟ ହେବେ । ଆସନ୍ତା ୧୦ ତାରିଖ ଦିନ ଶ୍ରୀ ଚୌହାନ ଓଡ଼ିଶା ଗସ୍ତରେ ଆସୁଛନ୍ତି ।ଏହି ଅବସରରେ ଶ୍ରୀ ଚୌହାନ ଖୋର୍ଦ୍ଧାର ଏକ ବୁଥରୁ ସଦସ୍ୟ ହେବେ ବୋଲି ଓଡ଼ିଶା ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଶ୍ରୀ ହରିଚନ୍ଦନ ସୂଚନା ଅନୁଯାୟୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପୁଣି ଥରେ ଓଡ଼ିଶାରୁ ସଦସ୍ୟ ହୋଇପାରନ୍ତି । ଅନ୍ୟ ପକ୍ଷରେ ଶିବରାଜ ସିଂ ଚୌହାନ ଓଡ଼ିଶାରେ ୨ଦିନ ରହି ସଭ୍ୟ ସଂଗ୍ରହ ଅଭିଯାନର ତଦାରଖ କରିବେ ।ବର୍ତ୍ତମାନ ବିଜେପିର ୨୦ ଲକ୍ଷ ସଦସ୍ୟ ଥିବା ବେଳେ ଏହାକୁ ୫୦ ଲକ୍ଷକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶିବରାଜ ସିଂ ଚୌହାନ ବିଜେପି ସଦସ୍ୟ ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଅଛନ୍ତି ।