“ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ଭୁବନେଶ୍ୱର” ପକ୍ଷରୁ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା

0

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଆଜି “ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ଭୁବନେଶ୍ୱର” ପକ୍ଷରୁ ବିଧାନସଭା ସମ୍ମୁଖରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି । ଆମ ରାଜ୍ୟରେ ସରକାର ବିଭିନ୍ନ ବର୍ଗରେ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ଯେପରିକି କାଳିଆ,ପିଠା,ମୋ ସରକାର ଘୋଷଣା କରିଛନ୍ତି । କିନ୍ତୁ ଶିକ୍ଷାର ବିକାଶ ପାଇଁ ତଥା ଶିକ୍ଷକ ନିଯୁକ୍ତି ପାଇଁ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ରାଜ୍ୟରେ ଖାଲି ପଡ଼ିଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରୁ ଗତ ୩ ସପ୍ତାହରୁ ଅଧିକ ହେବ । ବିଭିନ୍ନ ଜିଲ୍ଲା ସ୍ତରୀୟ “କନିଷ୍ଠ ଶିକ୍ଷକ ଆଶାୟୀ ସଂଘ” ଦ୍ୱାରା ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି । କିନ୍ତୁ ଅଦ୍ୟାବଧି ରାଜ୍ୟସରକାରଙ୍କ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଇନାହାନ୍ତି ।