ଔଷଧ ଦୋକାନୀ ଠାରୁ ୯ ଲକ୍ଷ ଟଙ୍କା ଲୁଟ ଘଟଣାର ଫର୍ଦାଫାସ

0

( ମନୋଜ କୁମାର ସାହୁ): ଗତ ୦୪ ତାରିଖ ଦିନ ରାୟଗଡା ସହରର ଔଷଧ ବ୍ୟବସାୟୀ ଶ୍ରୀ ରାମ ଗନ୍ତୟତଙ୍କ ଠାରୁ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ୯ ଲକ୍ଷ ଟଙ୍କା ଲୁଟ ଘଟଣାରେ ରାୟଗଡା ପୋଲିସକୁ ଏକ ବଡ ସଫଳତା ମିଳିଛି । ଏହି ଘଟଣାର ତଦନ୍ତ କରି ରାୟଗଡ଼ା ପୋଲିସ ବ୍ରହ୍ମପୁର ଅଞ୍ଚଳରୁ ଦୁଇ ଜଣଙ୍କୁ ଗିରଫ କରିଛି ସେମାନେ ହେଲେ ଆସିକା ଥାନା ଅନ୍ତର୍ଗତ ଝାଗଡେଇ ଗ୍ରାମର ଦୁର୍ଗା ଦାଶ ଓ ନାରାୟଣପୁର ଗ୍ରାମର ଆଉଲୁ କାଳିଆ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର କହିଛନ୍ତି । ସେମାନଙ୍କ ଠାରୁ ପୋଲିସ ୪ ଲକ୍ଷ ଟଙ୍କା ଗୋଟେ କଳା ରଙ୍ଗର ପଲସର ମୋଟର ସାଇକେଲ, ଏକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏଟିଏମ କାର୍ଡ ଓ ଏକ ମୋବାଇଲ ଫୋନ ଜବତ କରିଛନ୍ତି । ବର୍ତ୍ତମାନ ରାୟଗଡ଼ାରେ ସବୁ ବ୍ୟାଙ୍କକୁ ସି ସି ଟିଭି କ୍ୟାମେରା ଲଗାଇବା ପାଇଁ ନିର୍ଦେଶ ଦିଆଯିବା ସହ ସହରରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରିଥିବା ସେ ପ୍ରକାଶ କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ ସାହୁ ରାୟଗଡ଼ା ଏସଡିପିଓ ରାଜକିଶୋର ଦାଶ, ରାୟଗଡ଼ା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭାତ୍ରା ଓ ସବ-ଈନିସପେକ୍ଟର ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।