ଔଷଧ ବିକଳରେ ତାଟିଆ କାମୁଡୁଛି କଂଗ୍ରେସ

0

(ଶିଳାସ୍ମିତା ରାୟ) ରିପୋର୍ଟରସ୍ ଟୁଡେ: ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଭିଯୋଗ । ମୁଖ୍ୟମନ୍ତ୍ରୀ ଜମି ଜବରଦଖଲ କରିଛନ୍ତି । ସରକାରୀ ଜମି ବ୍ୟକ୍ତିଗତ ବ୍ୟବହାରରେ ଲଗାଉଛନ୍ତ । ଏପରି ସାଂଘାତିକ ଅଭିଯୋଗ ଆଣିଛି ରାଜ୍ୟ ପ୍ରଦେଶ କଂଗ୍ରେସର ମିଡିଆ ସେଲ । ଏୟାର ପୋର୍ଟସ୍ଥିତ ଜମି ହଡପ କରି ନିଜ ଘର ତିଆରି କରିବା ସହ ଅତିଥିଙ୍କ ପାର୍କିଂ ପାଇଁ ସରକାରୀ ଜମି ବ୍ୟବହାର କରୁଛନ୍ତି ମୁଖ୍ୟମନ୍ତ୍ରୀ ବୋଲି ଅଭିଯୋଗ ହୋଇଛି ।
ମୁଖ୍ୟମନ୍ତ୍ରୀ ନିଜେ ସରକାରୀ ଜମି ହଡ଼ପ କରି ଗାଡ଼ି ପାର୍କିଂ କରୁଛନ୍ତି । ନବୀନ ନିବାସ ସମ୍ମୁଖରେ ଥିବା ସରକାରୀ ରାସ୍ତାକୁ ନବୀନ ନିଜର ପାର୍କିଂ ଲଟ୍‌ ଭଳି ବ୍ୟବହାର କରୁଛନ୍ତି । ଏହି ରାସ୍ତାକୁ ନିଜେ ବ୍ୟବହାର କରିବା ପାଇଁ ରାସ୍ତା ପ୍ରଶସ୍ତିକରଣ ନାଁରେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କଠାରୁ ମିଛ କହି ଜମି ହାତେଇଛନ୍ତି ମୁଖ୍ୟମନ୍ତ୍ରୀ ।
କଂଗ୍ରେସର ଏପରି ଅଭିଯୋଗକୁ ଦେଖି ଲାଗୁଛି, ସତେ ଯେମିତି କଂଗ୍ରେସ ନିକଟରେ ଆଉ କୌଣସି ପ୍ରସଙ୍ଗ ନାହିଁ । ତେଣୁ ସେ କିଛି ବି ଗୋଟିଏ କହି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଯାଊଛି । ରାଜ୍ୟରେ କୃଷି କ୍ଷେତ୍ରରେ ନାନା ସମସ୍ୟା ରହିଛି, ଖଣି ଦୁର୍ନୀତି, ମହିଳାଙ୍କ ପ୍ରତି ବଢିଚାଲିଥିବା ଅନ୍ୟାୟ ଅତ୍ୟାଚର, ବିବିନ୍ନ ଯୋଜନାରେ କୋଟି କୋଟି ଲକ୍ଷର ଘୋଷଣାର ଉତ୍ସ, ଏସବୁ ଦିଗରେ ଧ୍ୟାନ ନ ଦେଇ ବିରୋଧୀର ଏପରି ଅଭିଯୋଗରୁ ଲାଗୁଛି, ସତେ ଯେମିତି ଔଷଧ ବିକଳରେ ତାଟିଆ କାମୁଡୁଛି କଂଗ୍ରେସ । ନିଜ ଦଳର ଅଭ୍ୟନ୍ତରୀଣ କନ୍ଦଳ ଓ ଗୋଡା ଟଣାଟଣିରେ ବ୍ୟସ୍ତ କଂଗ୍ରେସ ଯେ କୌଣସି ହସସ୍ପଦ ଘଟଣା ଉଠାଇ ନିଜ ସ୍ଥିତି ଜାହିର କରିବାକୁ ପ୍ରୟାସ କରୁଥିବା ଅନୁମାନ କରାଯାଉଛି ।