କଂଗ୍ରେସରେ ନୂଆ ମୁହଁ

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: କଥାରେ ଅଛି ଡଙ୍ଗା ବୁଡିବା ପୂର୍ବରୁ ମୂଷାମାନେ ଡଙ୍ଗାରୁ ଡିଆଁ ମାରିଥାନ୍ତି ନିଜକୁ ବଞ୍ଚାଇବାକୁ । ସେମିତି କଂଗ୍ରେସ ଦଳ ଡୁବିବା ଆଗରୁ ଦଳର ବହୁ ନେତା ସ୍ୱଇଛାରେ ଦଳ ଛାଡିଯାଉଛନ୍ତି ବା ଏପରି ପରିସ୍ଥିତି ସୃଷ୍ଟି କରୁଛନ୍ତି କି ରାଜ୍ୟ ପ୍ରଭାରୀ ସେମାନଙ୍କୁ ଦଳରୁ ବହିଷ୍କାର କରିବେ । ତେଣୁ କଂଗ୍ରେସ ଶିବିର ଗୋଟିଏ ପ୍ରକାର ଖାଁ ଖାଁ ହୋଇଯାଇଛି । ଏପରି ସମୟରେ ଗୋଟିଏ ଦିନରେ ଦୁଇ ଜଣ ଦଳକୁ କୂଳ ଲଗାଇବାକୁ ଆଗେଇ ଆସିଛନ୍ତି ।
ପୂର୍ବତନ ବିଜେଡି ମନ୍ତ୍ରୀ ପଞ୍ଚାନନ କାନୁନଗୋ ରାହୁଲଙ୍କ ଗସ୍ତ ବେଳେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ପୁଣି ଜଣେ ଦକ୍ଷ ବ୍ୟକ୍ତି ଏହି ବୁଡିଯାଉଥିôବା ନାଆରେ ପାଦ ଥାପିଛନ୍ତି । ସେ କୌଣସି ରାଜନେତା ନୁହଁନ୍ତି, ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବାଧିକାରୀ, ଜଗଦୀଶ ମହାନ୍ତି । ଜଗଦୀଶ ୧୯୮୫ ବ୍ୟାଚର ଆଇଏସ୍ । ତେବେ ଛାତ୍ର ଜୀବନରେ ସେ ରାଜନୀତିରେ ସକ୍ରୀୟ ରହିଥିଲେ । ୧୯୭୭ରେ ସେ ବାଣୀବିହାର ଛାତ୍ର ସଂସଦର ସଭାପତି ପଦରେ ରହିଥିଲେ । କଂଗ୍ରେସରେ ଏମାନଙ୍କ ଯୋଗଦାନ ସ୍ୱକୀୟ ନା ଦଳର ପ୍ରଲୋଭନରେ ତାହା ସମୟ କହିବ । ତେବେ କିଛି ବର୍ଷ ହେବ ରାଜନୀତିରେ ଭାରତୀୟ ପ୍ରଶାସନିକ ସେବାଧିକାରୀଙ୍କ ଯୋଗଦାନ ବଢି ଚାଲିଥିବା ଦେଖିବାକୁ ମିଳୁଛି । ଆମକୁ ଦେଖିବାର ଅଛି କଂଗ୍ରେସକୁ ଜଗଦୀଶଙ୍କ ଉପସ୍ଥିତି କେତେ ସହାୟ ହେବ? ସେ ଦଳକୁ କୂଳକୁ ଆଣିବେ ନାଁ ଡଙ୍ଗା ସହ ବୁଡିଯିବେ?