(ଦିଲ୍ଲୀପ ସାହୁ/ଜଗତସିଂହପୁର): ଜଗତସିଂହ ପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳ ପଡା ପଞ୍ଚାୟତରେ କଂଗ୍ରେସର ଏକ ସାଂଗଠନିକ ବୈଠକ ତାଳ ପଡ଼ାରେ ଥିବା ମହାଦେବ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ତାଳପଡା ପଞ୍ଚାୟତର ଯୁବ ସଙ୍ଗଠକ ଆଶୁତୋଷ ଲେଙ୍କା ନେତୃତ୍ୱ ନେବା ପରେ କିଭଳି ଭାବେ ବେକାରୀ ସମସ୍ୟାର ସମାଧାନ କରାଯାଇ ପାରିବ ଏ ନେଇ ଏକ ଆଲୋଚନା କରାଯାଇଥିଲା । ଅତିଥିଭାବେ ପାରାଦୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ତଥା ବାପି ସରକେଲ୍ ଯୋଗଦେଇ ରାଜ୍ୟରେ କଂଗ୍ରେସର ବିଜୟ ପାଇଁ ଏଆଇସିସିର ସଭାପତି ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଜଣାଇଥିଲେ ବିରୋଧୀ ଦଳକୁ ସମାଲୋଚନା କରିବା ସହିତ କଂଗ୍ରେସ ଦଳକୁ ତୃଣମୂଳ ସ୍ତରକୁ ମଜଭୁତ କରି ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ନିମନ୍ତେ ବୈଠକରେ ଆଲୋଚନା କରାଯାଇଥିଲା