(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ): ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ବୟସାଧିକ ଯୋଗୁ କିଛି ଦିନ ହେଲେ ସେ ଅସୁସ୍ଥ ଥିଲେ। ଆଜି ସକାଳ ୭ଟା ୧୦ ମିନିଟରେ ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ।
ସେ ଜନଜାତି ଭାଷା ଓ ସଂସ୍କୃତି ସମ୍ବନ୍ଧରେ ପୁସ୍ତକ ପ୍ରକାଶ କରିବା ସହ ଦିଲ୍ଲୀ ସ୍ଥିତ ଅଲ୍ ଇଣ୍ଡିଆ ଟ୍ରାଇବାଲ୍ ଲିଟେରାରି ଫୋରମର ସଦସ୍ୟ ଥିଲେ।
୧୯୨୯ ନଭେମ୍ବର ୧୯ରେ ଚୈତନ୍ୟ ମାଝୀ ଜନ୍ମଗ୍ରହଣ କରିଥିଲେ। ୧୯୭୯ରୁ ୧୯୮୫ ଯାଏ ସେ ଓପିଏସ୍ସିର ସଦସ୍ୟ ଥିଲେ। କଂଗ୍ରେସ ଦଳରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇ ୧୯୭୨ରୁ ୧୯୭୮ଯାଏ ସେ କେନ୍ଦ୍ର କ୍ୟାବିନେଟର ପେଟ୍ରୋଲିୟମ ଓ କେମିକାଲ୍ର ଉପମୁଖ୍ୟମନ୍ତ୍ରୀ ଥିଲେ ।