(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ଆସନ୍ତାକାଲି ୧୩୪ତମ ପ୍ରତିଷ୍ଠା ଦିବସ ପାଳିବ କଂଗ୍ରେସ । ଏନେଇ ଭୁବନେଶ୍ୱରରୁ ବାହାରିବ ଭାରତ ବଞ୍ଚାଅ ଓ ସମ୍ବିଧାନ ବଞ୍ଚାଅ ରାଲି । ଏହି ରାଲି କଂଗ୍ରେସ ଭବନରୁ ଆରମ୍ଭ ହୋଇ ରାଜଭବନ ପର୍ୟ୍ୟନ୍ତ ଚାଲିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ରାଲି ବାହାରିବ । ଏନଆରସି ଓ ସିଏଏ ବିରୋଧରେ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସ୍ମାରକପତ୍ର ଦେବେ ବୋଲି ଜଣାପଡିଛି ।