କଂଗ୍ରେସ ମୁକ୍ତ ଭାରତ ନୁହେଁ ମୋଦି ମୁକ୍ତ ଭାରତ: ତାରା

0

(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ଝାଡଖଣ୍ଡରେ ଝଡିଗଲା ପଦ୍ମ । ବିଜେପି ବଡ ବିପର୍ଯ୍ୟୟର ସାମ୍ମନା କରିଛି । ଝାଡଖଣ୍ଡ ଋଣଭୂମିରେ ରଘୁବର ସରକାର ମାତ ଖାଇଥିବାବେଳେ ଜଲୱା ଦେଖାଛି ଜେଏମଏମ-କଂଗ୍ରେସ -ଆଜେଡି ମେଣ୍ଟ ଓ ଏହା ସହ ବିଜେପିର କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନକୁ ଆଉ ଏକ ଝଟକା ଲାଗିଛି । ଝାଡଖଣ୍ଡ ନିର୍ବାଚନରେ ବିଜେପିର ପରାଜୟ ପରେ କଂଗ୍ରେସ ବିଧାୟକ ତାରା ବାହିନୀ ପତି କହିଛନ୍ତି ବିଜେପି ମେଣ୍ଟ କରି ସାରା ଭାରତରେ ନିର୍ବାଚନ ଲଢିଛି । ମୋଦି ସରକାରରେ ଦୁର୍ନିତୀ ବଢିଛି । କଂଗ୍ରେସ ମୁକ୍ତ ଭାରତ ନୁହେଁ ଲୋକେ ଚାହୁଁଛନ୍ତି ମୋଦି ମୁକ୍ତ ଭାରତ । ସେପଟେ ବିଜେଡି ବିଧାୟକ ନୃସିଂହ ସାହୁ କହିଛନ୍ତି ଝାଡଖଣ୍ଡର ଜନାଦେଶକୁ ସାରା ଦେଶବାସୀ ସ୍ୱାଗତ କରୁଛନ୍ତି । ଲୋକେ ଅସ୍ତୁଷ୍ଟ ହୋଇ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅନ୍ୟପଟେ ଏହାର ଜବାବ ରଖିଛି ବିଜେପି ସାଂସଦ ପ୍ରତାପ ଷଢଙ୍ଗୀ ।