କଟକ ବସ୍ ଦୁର୍ଘଟଣା ଘଟଣାରେ ରେ ଟ୍ୱିଟ ମାଧ୍ୟମରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ

0

( ରିପୋର୍ଟସ ଟୁଡ଼େ): କଟକରେ ମହାନଦୀ ପୋଲ ତଳକୁ ବସ୍ ଖସି ୧୦ ଜଣଙ୍କ ମୃତ୍ୟୃ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପ୍ରଧାନମନ୍ତନ୍ତ୍ରୀ ଟ୍ୱିଟ କରି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ଏହା ସହିତ ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଗତକାଲି ‘ଜଗନ୍ନାଥ’ ନାମକ ଏହି ବସ୍‌ଟି ଅନୁଗୋଳ ଜିଲ୍ଲା ତାଳଚେରରୁ କଟକ ଆସୁଥିବା ବେଳେ ଜଗତପୁର-ଶିଖରପୁର ମଝିରେ ମହାନଦୀ ପୋଲ ତଳକୁ ଖସି ପଡ଼ିଥିଲା। ଏକ ମଇଁଷିକୁ ଧକ୍କା ଦେବା ପରେ ପୋଲର ବାଡ଼ ଭାଙ୍ଗି ଏହା ପ୍ରାୟ ୩୦ ଫୁଟ୍ ତଳେ ବାଲି ଉପରେ ପଡ଼ିଥିଲା। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୬ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ଏହି ଘଟଣାର ତଦନ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଏମ୍‌ଭିଆଇଙ୍କ ନେତୃତ୍ଁରେ ଏକ ତିନି ଜଣିଆ କମିଟି ଗଠନ କରାଯାଇଛି। କମିଟି ଦୁର୍ଘଟଣାର କାରଣ ଖୋଜିବ। ମୃତକଙ୍କ ପରିବାର ଲୋକଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ସହିତ ଆହତଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତିତ।