(ଜ୍ୟୋତିରଞ୍ଜନ ଧର)କଣିହାଁ : ବିଧାୟକ ହୁଅନ୍ତୁ କିମ୍ବା ସାଂସଦ ଭାବେ ନିର୍ବାଚିତ ହୁଅନ୍ତୁ ସେଥିରେ କିଛି ଫରକ ପଡ଼ିନଥାଏ ଜଣେ ଲୋକ ପ୍ରିୟ ନେତାଙ୍କର ସର୍ବଦା ଜନତାଙ୍କ ସେବାକୁ ଦୃଷ୍ଟିରେ ରଖି ଆଗକୁ ସେ ମାଡିଚାଲିଥାନ୍ତି । କର୍ମକୁ ସର୍ବଦା ଆପଣେଇ ଜନତାଙ୍କ ସେବା କରିବା ପାଇଁ ସଂକଳ୍ପ ନେଇ କାର୍ୟ୍ୟରେ ପ୍ରମାଣିତ କରି ଲୋକଙ୍କ ବିଶ୍ୱାସ ଜିଣିପାରିଛନ୍ତି । ପଛକୁ ନଚାହିଁ ସର୍ବଦା ଆଗକୁ ମାଡି ଚାଲିଥାନ୍ତି ସେହି ନେତା ଜଣକ । ସେହିଭଳି ଜଣେ ଜନ ସେବାକାରୀ ଉଦାରହୃଦୟ, ମିଷ୍ଠଭାଷୀ, ସ୍ପଷ୍ଟଵାଦି, ମେଳାପି, ଉତ୍ତମ ଚରିତ୍ରବାନ ନେତାଙ୍କ କଥା । ଓଡିଶା ଉପମୁଖ୍ୟମନ୍ତ୍ରୀ ତଥା ଗଡ଼ଜାତ ଆନ୍ଦୋଳନର ପୁରୋଧା ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ସର୍ବଦା ନିଜ କର୍ମ ଉପରେ ବିଶ୍ୱାସ କରିଥାନ୍ତି । ସେଭଳି ଜଣେ ନେତା ହେଲେ ଦୀର୍ଘ ୨୦ବର୍ଷ ଧରି ଲୋକପ୍ରିୟ ପ୍ରାକ୍ତନ ଶ୍ରେଷ୍ଠ ବିଧାୟକ ତଥା ଚଳିତ ୧୭ତମ ଲୋକସଭାର ନବନିର୍ବାଚିତ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ । ରାଜ୍ୟ ତଥା ବିଶେଷକରି ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଭାଗର ସର୍ବାଙ୍ଗୀନ ବିକାଶ ପାଇଁ ନିଜର ସ୍ୱରକୁ ଶାଣିତ ଢଙ୍ଗରେ ବାରମ୍ବାର ଲୋକସଭାରେ ପ୍ରସଙ୍ଗ ଉଠେଇବାରେ ଶ୍ରୀଯୁକ୍ତ ସାହୁ ବେଶ ସିଦ୍ଧହସ୍ତ । ସୋମବାର ପୁଣି ଲୋକସଭାର ଶୁନ୍ୟକାଳୀନ ଅଧିବେଶନରେ ଶ୍ରୀଯୁକ୍ତ ସାହୁଙ୍କୁ କହିବା ପାଇଁ ଲୋକସଭା ଅଧକ୍ଷ ସୂଯୋଗ ଦେଇଥିଲେ । ଏଭଳି ସୁଯୋଗ ଦେଇଥିବା ଯୋଗୁଁ ଲୋକସଭା ଅଧକ୍ଷଙ୍କୁ କୃତଜ୍ଞତା ଜଣାଇଥିଲେ ।ଏଥର ବଳିଷ୍ଠ ତଥ୍ୟ ଆଧାର କୁ ଆୟୁଧ କରି ଲୋକଙ୍କୁ ରେଲୱେ ସେବା ସମ୍ପର୍କିତ ସଂସଦରେ ନିଜ ସ୍ୱରକୁ ପୁଣି ଉଠେଇଛନ୍ତି ।ତାଳଚେର କୋଲମାଇନ୍ସ ରୁ ଟ୍ରେନ ଯୋଗ ବାହାର ରାଜ୍ୟକୁ କୋଇଲା ପରିବହନ କରିଥାଏ । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ରେଳ ବିଭାଗ କୁ ଆସିଥାଏ । ଦେଶର ବିକାଶ କ୍ଷେତ୍ରରେ ବେଶ ସହଭାଗିତା ହୋଇଥାଏ । ଏଭଳି ସ୍ଥିତିରେ ତାଳଚେର ରେଲୱେ ଷ୍ଟେସନ ନିର୍ମାଣ ପର ଠାରୁ ଷ୍ଟେସନର ଯେଭଳି ବିକାଶ ହେବା କଥା ତାହା ହୋଇପାରିନି । ଅବହେଳିତ ଅବସ୍ଥା ପଡ଼ିରହିଛି ।ତାଳଚେର ଷ୍ଟେସନ ନିର୍ମାଣ ସମୟରେ ଏହାକୁ ଉତ୍ତମ ଷ୍ଟେସନ କରାଯିବା ନେଇ ସରକାରୀ ଭାବେ ପ୍ରକାଶ ପାଇଥିଲା । ଏଣୁ ତାଳଚେର ଷ୍ଟେସନର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରାଯିବାର ଆବଶ୍ୟକତା ରହିଛି । ରାଜ୍ୟରେ କଟକ-ପୁରୀ ଅଭିମୁଖେ ଏକ ପାସେଞ୍ଜର ଟ୍ରେନ ଯାତାୟତ କରୁଛି । ସେହି ଟ୍ରେନଟି ପୁନଃ କଟକକୁ ପ୍ରତ୍ୟାବର୍ତ୍ତନ କରି ଅଯଥା ଅବତରଣ କରିଥାଏ । ତେଣୁ ଏହି ପାସେଞ୍ଜର ଟ୍ରେନ କୁ ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ପର୍ୟ୍ୟନ୍ତ ଏକ୍ସଟେଣ୍ଡ କରଯାଉ । ଉକ୍ତ ପାସେଞ୍ଜର ଟ୍ରେନ କୁ ଢେଙ୍କାନାଳ ଭୟା ତାଳଚେର ଦେଇ କଣିହାଁ ଅଭିମୁଖେ ଚଳାଚଳ କରିବା ପାଇଁ ସରକାର ଦୃଷ୍ଟି ଦେବା ପାଇଁ ଦାବୀ କରିଛନ୍ତି ସାଂସଦ ମହେଶ ସାହୁ ।ଯାହାଫଳରେ ବିଶେଷ କରି ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଜନତାଙ୍କ ପାଇଁ ବେଶ ମଙ୍ଗଳଦାୟକ ହୋଇପାରିବ । ସେହିପରି କଣିହାଁ ବ୍ଲକ ବାସୀ ବିଭିନ୍ନ ସମୟରେ ପାସେଞ୍ଜର ଟ୍ରେନ ଚଳାଚଳ ନେଇ ବିଭିନ୍ନ ଫୋରମରେ ଦାବୀ କରିଆସୁଥିଲେ । ବ୍ଲକବାସୀଙ୍କ ବହୁଦିନର ପ୍ରତିକ୍ଷିତ ଦାବୀ ସମାଧାନ ହୋଇପାରିବ । ଦେଶ ବିକାଶ ତଥା ରାଜ୍ୟ ବାସୀପାଇଁ ମଙ୍ଗଳ ହୋଇପାରିବ । ଟ୍ରେନଟି ଚଳାଚଳ କଲେ ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ଲୋକଙ୍କ ଯାତାୟତ ରେ ସୁଗମ ହୋଇପାରିବ । ଅପରପକ୍ଷରେ ତାଳଚେର ରୁ କଣିହାଁ ପର୍ୟ୍ୟନ୍ତ ରେଲୱେ ଟ୍ରାକ ଲାଇନର ସୁବିଧା ଅଛି । ଏଥିପ୍ରତି ଦୃଷ୍ଟି ଦେବା ନେଇ ସଂସଦରେ ଦାବୀ କରିଛନ୍ତି ଢେଙ୍କାନାଳ ଲୋକ ପ୍ରିୟ ସାଂସଦ ମହେଶ ସାହୁ କ୍ଷ କଣିହାଁବ୍ଲକ ବାସୀ, ସ୍ଥାନୀୟ ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଶ୍ରୀଯୁକ୍ତ ସାହୁଙ୍କୁ କୃତଜ୍ଞତା ଜଣାଇଵା ସହିତ ଭୂୟସୀ ପ୍ରଶଂସା ଜଣାଇଛନ୍ତି ।