କପ୍ତିପଦା ଉପଖଣ୍ଡରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

0

(ଦୀପକ ମିଶ୍ର/ଉଦଳା): କପ୍ତିପଦା ଉପଖଣ୍ଡ ପାଇଁ ଉଦଳାରେ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ଜିଲ୍ଲାପାଳ ବିନିଥ ଭରଦ୍ୱାଜ ଓ ଏସପି ସ୍ମିଥ ପରମାର ପରଷୋତ୍ତମ ଦାସ ଏହି ଶିବିରରେ ଯୋଗ ଦେଇ ସମୁଦାୟ ୫୭ଟି ଅଭିଯୋଗର ଶୁଣାଣୀ କରିଥିଲେ । ସେଥି ମଧ୍ୟରେ ବ୍ୟକ୍ତିଗତ ସମସ୍ୟାଭିତ୍ତିକ ୪୫ଟି ଥିବାବେଳେ ୧୧ଟି ସାମୂହିକ ଥବଲା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଜଣଙ୍କୁ ୩ହଜାର ଓ ରେଡକ୍ରସରୁ ୪ଜଣଙ୍କୁ ୮୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ୨୨ଟି ଅଭିଯୋଗର ତକ୍ରାଳୀନ ସମାଧାନ କରାଯାଇଥିଲା । ଉପଜିଲ୍ଲାପାଳ ଭଗବାନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ପ୍ରଶାସକ ବିଜନ କୁମାର ଥମ୍ବ,ସହକାରୀ ଜିଲ୍ଲାପାଳ ଗୌରହରି ମହାନ୍ତ,ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡଃ ଶିବାନନ୍ଦ ମହାନ୍ତି ପ୍ରମୁଖ ଏହି ଶୁଣାଣୀରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ । ଉପଖଣ୍ଡ ତଥା ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅôଦକାରୀ ଏହି ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳଙ୍କ ନିକଟରେ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ ।
ନିର୍ବାଚନୀ କାର୍ଯ୍ୟରେ ଆନନ୍ଦପୁର ଠାରେ ନିୟୋଜିତ ଉଦଳାର ଗାଡି ମାଲିକଙ୍କୁ ଅର୍ଥ ନମିଳିବା କପ୍ତିପଦା ବ୍ଲକ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିବା ,ଗୃହ ନିର୍ମାଣ ସାହାର୍ଯ୍ୟ ପ୍ରଦାନରେ ବିଳମ୍ବ କରାଯିବା, ଉଦଳା ଏନ.ଏ.ସି ଦ୍ୱାରା ଅତ୍ୟଧିକ ହୋଲଡିଂ ଟ୍ୟାକ୍ସ ଆଦାୟ କରାଯିବ ,ବିଦ୍ୟୁତକରଣରୁ କେତୋଟି ଘର ଓ ଗାଁ ବଞ୍ଚିତ ହେବା,୩ବର୍ଷ ହେଲା ଚେକ ଡ୍ୟାମ ନିର୍ମାଣ ସରିଥିଲେ ବି କେନାଲ ବ୍ୟବସ୍ଥା ନଥିବାରୁ କାମରେ ନ ଆସିବା ,ପୋତାଡିହା ରାସ୍ତାରେ ଅଧିକ ହମ୍ପସ ରଖାଯିବା,ଉଦ୍ୟାନ ବିଭାଗ ଦ୍ୱାରା ହିତାଧିକାରୀଙ୍କ ଅଜାତରେ ଠାରେ ଲଗାଇବା,ଘର ପୋଡି ସାହାର୍ଯ୍ୟ ନମିଳିବା,ଥଇଥାନ ବ୍ୟବସ୍ଥାରେ ଚାକିରି ପ୍ରଦାନ,ଗତବର୍ଷ ବର୍ଷାରେ କାନ୍ଥ ପଡିରହିଥିବା ସାହାର୍ଯ୍ୟ ନମିଳିବା ଆଦି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣୀ ଅଭିଯୋଗ ଉପସ୍ଥାପନରେ ସହଯୋଗ କରିଥିଲେ । ଉଦୟ ନାୟକ,ଅଜିତ ମହାପାତ୍ର ପ୍ରମୁଖ ଏହି ଶିବିରରେ ପରିଚାଳନା ନେଇ ଆନୁଷ୍ଠାନିକ ସହଯୋଗ କରିଥିଲେ ।