କମଲେଶ ତିୱାରୀ ହତ୍ୟା ମାମଲାରେ୧୩ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ

0

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): କମଲେଶ ତିୱାରୀ ହତ୍ୟା ମାମଲାରେ ଉତ୍ତରପ୍ରଦେଶ ପୋଲିସ ୧୩ ଜଣ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରିଛି। ହିନ୍ଦୁ ସମାଜବାଦୀ ପାର୍ଟି ନେତା କମଲେଶଙ୍କୁ ଲକ୍ଷ୍ନୌର ନାକା ଅଞ୍ଚଳରେ ଅକ୍ଟୋବର ୧୮ରେ ଗୁଳି କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।
କମଲେଶ ତିୱାରୀ ହତ୍ୟା ମାମଲାରେ ସଂପୃକ୍ତ ଥିବା ୧୩ ଜଣଙ୍କ ମଧ୍ୟରୁ ଅସରଫ୍ ଏବଂ ‌ମୌଇନୁଦ୍ଦିନଙ୍କ ନାମରେ ହତ୍ୟା ଅଭିଯୋଗ ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ନିକଟ ଅତୀତରେ କମଲେଶଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଯୋଗୀ ତାଙ୍କ ସରକାରୀ ବାସଭବନରେ କମଲେଶଙ୍କ ମାଆ, ପତ୍ନୀ ଏବଂ ତିନି ପୁଅଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଶାନ୍ତ୍ୱନା ଦେଇଥିଲେ। ତେବେ ପରିବାର ପକ୍ଷରୁ ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ଦାବି ହୋଇଥିଲା। ଦୋଷୀମାନଙ୍କୁ ଦଣ୍ଡିତ କରାଯିବା ନେଇ ଯୋଗୀ ପ୍ରତିଶ୍ରୁତି ଦେଇଥିଲେ ବୋଲି କିରନ୍ ଗଣମାଧ୍ୟମରେ ମତ ରଖିଥିଲେ।