(ଅନୁସ୍ୱୟା)ଭୁବନେଶ୍ୱର: ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଜଙ୍ଗଲ କ୍ଷୟ ହେବାରେ ଲାଗିଛି । ସେହିପରି ଜଙ୍ଗଲ କ୍ଷୟ ହେବା ଦ୍ଵାରା ଖାଦ୍ୟ ଅନ୍ଵେଷଣରେ ଏବେ ହାତୀପଲ ଗାଁ ମୁହାଁ । ତେବେ ବର୍ତ୍ତମାନ କିଛି ଦିନ ହେବ ମୟୂରଭଞ୍ଜର କରଞ୍ଜିଆରେ ହାତୀ ଆତଙ୍କ ବଢି ଚାଲିଛି । ଗାଁ ମୁଣ୍ଡରେ ଡେରା ପକାଇଛନ୍ତି ୨୨ଟିକିଆ ହାତୀ ପଲ । ଏହି ହାତୀ ସବୁ ସୁନାପୋଷୀ ଜଙ୍ଗଲରେ ଅଛନ୍ତି । ଏହାର ପାଖରେ ଥିବା ରାଉତାଳିପାଟ, ବେଗୁନାବିନ୍ଧା ଗାଁରେ ପଶି ହାତୀ ପଲ ବ୍ୟାପକ କ୍ଷତି କରିଛନ୍ତି । ଧାନ ବିଲରେ ଧାନ ଫସଲ ନଷ୍ଟ କରିବା ସହିତ କିଛି ଘର ମଧ୍ୟ ଭାଂଗି ଦେଇଛନ୍ତି । ହାତୀ ଭୟରେ ରହିଛନ୍ତି ଗାଁ ଲୋକେ । ହାତୀ ପଲ ବ୍ୟାପକ କ୍ଷତି ଘଟାଉଥିଲେ ମଧ୍ୟ ବନବିଭାଗ ହାତୀ ଘଉଡାଇବାକୁ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ହାତୀ ନଘଉଡାଇଲେ ଆଗକୁ ଲୋକେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।