(ଜୟନ୍ତ କୁମାର ସେଠୀ)ଗୋପ: ବଜାର, ଘାଟରେ, ଘର, ଅଫିସ ଏପରିକି ଜନସାଧାରଣଙ୍କ ସମ୍ମୁଖରେ ସାମ୍ବାଦିକ ମାନଙ୍କୁ ଗାଳି ଗୁଳଜ କରିବା ସହ ହତ୍ୟା ଧମକ ଦେବାକୁ ପଛାଉନାହାନ୍ତି ଲୋକେ।ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ପ୍ରମେୟ ଖବର କାଗଜର ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ୨୪ ତାରିଖ ଦିନ କଅଁଳପଡା ଗ୍ରାମର ପ୍ରଦୀପ କୁମାର ସାହୁ ସମସ୍ତଙ୍କ ଆଗରେ ଗାଳି ଗୁଳଜ କରିବା ସହ ଜୀବନରେ ମାରି ଦେବାକୁ ହତ୍ୟା ଧମକ ଦେଇଥିଲେ। ଏନେଇ ସନ୍ତୋଷ କୁମାର ପଟ୍ଟନାୟକ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି।