କର୍ମ ନିଯୁକ୍ତି ଲକ୍ଷ୍ୟରେ ଖର୍ଚ୍ଚ ହେବ ୨୧୯୬,୩୦ କୋଟି

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୩, ୪୬୫ କର୍ମ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟ ଠାରେ ୧୪ଟି ଶିଳ୍ପ ନିର୍ମାଣର ଶୁଭାରମ୍ଭ ଓ ୪ଟି ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏଥିନେଇ ୨୧୯୬. ୩୦ କୋଟି ଟଙ୍କା ବିନିଯୋଗ କରାଯିବ ।
ଶୁଭାରମ୍ଭ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ପରିକଳ୍ପନା ହେଉଛି ପୂର୍ବାଞ୍ଚଳରେ ନିର୍ମାଣର ନାଭିକେନ୍ଦ୍ର ସ୍ଥାପନ କରାଇବା। ରାଜ୍ୟବାସୀଙ୍କୁ କର୍ମ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ନିମନ୍ତେ ସମଗ୍ର ରାଜ୍ୟ ଲାଗି ଭିଜନ୍‌ ୨୦୨୫ ଜରିଆରେ ଏକ ଆକ୍‌ସନ୍‌ ପ୍ଲାନ୍‌ କରାଯାଇଛି। ବିନିଯୋଗର ଉଦ୍ଦେଶ୍ୟ ଯେମିତି ବାସ୍ତବ ନିବେଶରେ ପରିଣତ ହୁଏ, ସେଥିନିମନ୍ତେ ସରକାର କାମ କରୁଛି।