କଲେଜରୁ ଆରମ୍ଭ ହୋଇଥିଲା ସୁଷମାଙ୍କ ପ୍ରେମକାହାଣୀ

0

(ମମତା ସାମଲ)ରିପୋର୍ଟସଟୁଡେ: ବିଜେପି ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିଧନ ହୋଇଛି । ସୁଷମା ଗତ ତିନି ଦଶକରୁ ବିଜେପିର ମୁଖ୍ୟ ମହିଳା ଚେହେରା ଭାବେ ପରିଚିତ ହେଉଥିଲେ । ସୁଷମା ସ୍ୱରାଜ ବହୁତ ବିବେକ ଏବଂ ଉତ୍ତମ ବ୍ୟକ୍ତିତ୍ୱ ଥିବା ମନ୍ତ୍ରୀ ହେବା ସହିତ ସୁନ୍ଦର ସଂଜମତା ସମ୍ପର୍ଣ୍ଣ ନାରୀ ଥିଲେ । ତାଙ୍କର ଗଭୀର ହୃଦୟ ପାଇଁ ସେ ସାରା ଦୁନିଆରେ ପରିଚିତ ଥିଲେ । ତାଙ୍କର ଗଭୀର ହୃଦୟ ପାଇଁ ସେ ସାରା ଦୁନିଆରେ ପରିଚିତ ଥିଲେ । ସୁଷମା ସ୍ୱରାଜ ମଧ୍ୟ ପ୍ରେମରେ ପଡିଥିଲେ ଏବଂ ଶେଷରେ ପ୍ରେମ ବିବାହ କରିଥିଲେ ।
କଲେଜରୁ ଆରମ୍ଭ ହୋଇଥିଲା ପ୍ରେମ
ସୁଷମା ସ୍ୱରାଜ ଲ’ ପଢୁଥିବା ବେଳେ ସ୍ୱରାଜ କୌଶଲଙ୍କ ସହ ଦେଖା ହୋଇଥିଲା । ଦୁଇ ଜଣଙ୍କ ପ୍ରେମ କାହାଣୀ କଲେଜରୁ ଆରମ୍ଭ ହୋଇଥିଲା । ଏହି ସମୟରେ ସୁଷମା ସ୍ୱରାଜ ଆରଏସ୍ଏସ୍ ସହ ଯୋଡ଼ି ହୋଇଥିଲେ ଓ ସ୍ୱରାଜ କୌଶଲ ସୋସିଆଲିଷ୍ଟ ବିଚାରଧାରକୁ ମାନୁଥିଲେ । ସୁଷମା ସ୍ୱରାଜ ସୁପ୍ରିମକୋର୍ଟ ଓକିଲ ମଧ୍ୟ ରହିଛନ୍ତି । ସୁଷମା ସ୍ୱରାଜ ଓ ସ୍ୱରାଜ କୌଶଲ ଜରୁରୀକାଳୀନ ପରିସ୍ଥିତି ସମୟରେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଆହୁରି ବଢିଥିଲା । ଦୁଇ ଜଣ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବିବାହ କରିବା ଦୁଇ ଜଣଙ୍କ ପାଇଁ ଏତେ ସହଜ ନଥିଲା । ଦୁଇ ପରିବାରକୁ ମନାଇବା ପାଇଁ କୌଶଲ ଓ ସୁଷମା ସ୍ୱରାଜଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ପରେ ୧୩ ଜୁଲାଇ ୧୯୭୫ରେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ତାଙ୍କ ସ୍ୱାମୀଙ୍କ ସରନେମ୍କୁ ନିଜ ନାଁ ସହ ଯୋଡ଼ି ଦେଇଥିଲେ ସୁଷମା । ସୁଷମାଙ୍କ ଝିଅ ବାଂସୁରୀ ଏବେ ଲଣ୍ଡନରେ ଓକିଲାତି କରୁଛନ୍ତି ।