କଲେଜ ଛାତ୍ରୀଙ୍କୁ ବିଚବଜାରରେ ମାଡ ଘଟଣାରେ ଯୁବକ ଗିରଫ

0

(ଜ୍ୟୋତିରଞ୍ଜନ ଧର)କଣିହାଁ :ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ତେଲିଭୁଇଁ ବଜାରରେ ଗତ ଏକ ତାରିଖରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ କଲେଜ ଛାତ୍ରୀଙ୍କୁ ନାଉକିଆରୀ ଗ୍ରାମର ସୁନୀଲ ଭୋଇ ନାମକ ଯୁବକ ଏକ କାଗଜ ରେ ତାଙ୍କର ମୋବାଇଲ ନମ୍ବର ଲେଖି ଦେଇଥିଲେ । ଛାତ୍ରୀ ଜଣକ ଉକ୍ତ କାଗଜ କୁ ଚିରି ଦେଇଥିଲେ । ସାଙ୍ଗେସାଙ୍ଗେ ସଂପୃକ୍ତ ଯୁବକ ଛାତ୍ରୀ ଜଣଙ୍କୁ ବଜାର ମଝି ରେ ୩ଚାପୁଡା ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଏକ ବିୟର ବୋତଲ ଧରି ବଜାରରେ ଆତଙ୍କ ଖେଳାଇଥିଲେ । ଏହି ଖବର ପାଇ ରାସୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଲେ ସେତେବେଳେକୁ ଯୁବକ ସେଠାରୁ ଫେରାର ହୋଇ ଯାଇଥିଲା । ଏହି ଘଟଣାରେ ରାସୋଳ ପୋଲିସ ଛାତ୍ରୀଙ୍କ ଅଭିଯୋଗ କ୍ରମେ କେଶ ନମ୍ବର ୮୮/୨୦୧୯ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଯୁବକ ଜଣଙ୍କ ଅନୁଗୋଳ ଜିଲ୍ଲାର ତାଳଚେର ଅଞ୍ଚଳରେ ଥିବା ପୋଲିସ ଜାଣିପାରି ରାତିରେ ଚଢ଼ାଉ କରି ଗିରଫ କରିବାରେ ସକ୍ଷମ ହୋଇଥିଲା । ଗତକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ମାନ୍ୟବର ବିଚାରପତି ଜାମିନ ନା’ମଞ୍ଜୁର ପରେ ବିଚାର ବିଭାଗୀୟ ହେପାଜତ କୁ ପଠାଇ ଦେଇଥିବା ଜଣାଯାଇଛି ।