(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ:ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ପୁଣି ଚଢାଉ । PC & PNDT ଆଇନ ଅନୁସାରେ ହସ୍ପିଟାଲରେ ଚଢାଉ ଜାରି ରହିଛି । ଔଷଧର ମାନ ଓ କାଗଜପତ୍ର ଯାଞ୍ଚ କରୁଛି ଟିମ୍ । ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର ଦପ୍ତରରେ ମଧ୍ୟ ଚଢାଉ କରାଯାଇଥିଲା ।
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ପିସି ଏବଂ ପିଏନଡିଟି ପକ୍ଷରୁ ମିଳିତ ଉଦ୍ୟମରେ କଳିଙ୍ଗ ହସ୍ପିଟାଲରେ ଚଢାଉ କରାଯାଇଛି । ଚଢାଉ ସମୟରେ ଡାକ୍ତରଖାନାରେ ପିସି ଏବଂ ପିଏନଡିଓି ଆଇନ କିଭଳି କାର୍ଯ୍ୟାକାରୀ ହେଉଛି । ତାହାର ଟିକନିଖ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଦେଖାଗଲା ଯେ ବହୁ ସ୍ଥାନରେ ଆଇନ ବହିଭୂତ କାର୍ଯ୍ୟ ହୋଇଛି । ଅଲଟ୍ରାସାଉଣ୍ଡ କରୁଥିବା ପ୍ରସୂତିମାନଙ୍କ ରେକର୍ଡ ପତ୍ର ଠିକ୍ ଭାବେ ମିଳିନଥିଲା । ପ୍ରସୂତି ଉଦ୍ଧିଷ୍ଟ ଫର୍ମ (ଏଫ) ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତା ଥିବାବେଳେ ଅନେକ ଫର୍ମ ଡାକ୍ତରଙ୍କ ଦସ୍ତଖତ ଯାଞ୍ଚ ଅଧିକାରୀ ପାଇନଥିଲେ । ଏଥିଯୋଗୁଁ ଏଠାରେ ଗର୍ଭସ୍ତ ଶିଶୁର ଲିଙ୍ଗ ନିରୂପଣ ଚାଲିଥିବା ନେଇ ଯାଞ୍ଚ ଅôଦକାରୀଙ୍କ ସନ୍ଦେହ ଜାତ ହୋଇଥିଲା । ଆଇନ ଉଲ୍ଲଘଂନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ ମେସିନକୁ ସିଜି କରାଯାଇଛି ।