କାକଟପୁର ନିର୍ବାଚନ ମଣ୍ଡଳୀରେ ୨୩ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

0

(ଜୟନ୍ତ କୁମାର ସେଠୀ)ଗୋପ: ସାରା ରାଜ୍ୟରେ ବିଜୁ ଜନତା ଦଳର ୨୩ ତମ ପ୍ରତିଷ୍ଠା ଦିବସ ପାଳନ ହେଉଥିବା ବେଳେ ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର ଅସ୍ତରଙ୍ଗ ବ୍ଲକର ମାଣକି ପଞ୍ଚାୟତରେ ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେଡି ଯୁବ ନେତା ତଥା କ୍ରିଡା ଓ ଯୁବ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାକାନ୍ତି ବେହେରା,ଅନ୍ୟ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତି ମୟୀ ଦଳାଇ ,ସାସଂଦ ପ୍ରତିନିଧି ଚମ୍ପଙ୍କ ବାରିକ ଓ କୋଣାର୍କ ଗୋପ କାକଟପୁର ଓ ଅସ୍ତରଙ୍ଗ ବ୍ଲକର ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଦଳର ବରିଷ୍ଠ ନେତା ମାନେ ଉପସ୍ଥିତ ରହିଥିଲେ । ରାଜ୍ୟରେ ଦିର୍ଘ ୨୨ ବର୍ଷ ଧରି ବିଜେଡିର ବିକାଶ ମୁଖ୍ୟ ଯୋଜନା ଉପରେ ଆଲୋକପାତ କରିଥିଲେ। ଏହି କାର୍ୟ୍ୟକ୍ରମରେ ହଜାରରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।