(ସର୍ବେଶ୍ୱର ପାତ୍ର/କାମାକ୍ଷାନଗର): ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ଗଣିତ ଦିବସ ଅବସରରେ ଗଣି ପ୍ରୟୋଗ ଶାଳ ଉଦଘାଟିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରୟୋଗ ଶାଳାକୁ ଉଦଘାଟନ କରିଥିଲେ।ଅଖିଳ ଭାରତୀୟ ବୈଦିକ-ଗଣିତ ସହ ସଂଯୋଜକ ପ୍ରସନ୍ନ କୁମାର ସାହୁ ମୁଖ୍ୟ ବକ୍ତା,ଇ-ଟେକ ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ଅମ୍ରିଶ କୁମାର ଠାକୁର,ଅଧ୍ୟାପକ ବିଶ୍ବନାଥ ଦାଶ,ଜିଲା ଗଣିତ ସାଧନ କର୍ମୀ ବଟକୃଷ୍ଣ ଦାସ,ଶିକ୍ଷକ ପ୍ରୀୟବତ ପଣ୍ଡା ଓ କୈଳାଶ ଚନ୍ଦ୍ର ପୃଷ୍ଟି ସମ୍ମାନିତ ଅଥିତି ଭାବେ ଯୋଗଦେଇ ଜାତୀୟ ଗଣିତ ଦିବସର ମହତ୍ବ ଓ ଗଣିତ ପାଇଁ ଶ୍ରୀନିବାସ ରାମାନୁଜନ୍ ଦାନ ସଂମ୍ପର୍କରେ ଆଲୋକପାତ କରିଥିଲେ।