କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

0

(ମମତା ସାମଲ)ରିପୋର୍ଟସଟୁଡେ: ଆଜି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ଜୟନ୍ତୀ । ସେ ଜଣେ ବେଶ ପରିଚିତ ଓଡିଆ କବି ଥିଲେ । ସେ ଓଡିଶାର ଭଦ୍ରକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ଓଡିଶାର ରାଜ୍ୟ ଗାନ ବନ୍ଦେ ଉତ୍କଳ ଜନନୀ ତାଙ୍କର ଏକ ବିରଳ କୃତି । ଓଡିଆ ସାହିତ୍ୟର ବିଭିନ୍ନ ବିଭାଗ ଯଥା କବିତା, ଗଳ୍ପ,ଉପନ୍ୟାସ, ବ୍ୟଙ୍ଗ ସାହିତ୍ୟ ଓ ମାଳିକା ଆଦିରେ ସେ ଲେଖନୀ ଚାଳନା କରୁଥିଲେ ।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମସ୍ଥାନ ଭଦ୍ରକ ତିହିଡି ବ୍ଲକର ତାଳପଦା ଗ୍ରାମ । ତେବେ ବନ୍ଦେ ଉତ୍କଳ ଜନନୀ କବିତାଠୁ ଆରମ୍ଭ କରି ଅସମ୍ପୂର୍ଣ୍ଣ ଉପନ୍ୟାସ ‘କଣାମାମୁଁ’ ଓ କ୍ଷୁଦ୍ରଗଳ୍ପ ‘ବୁଢା ଶଙ୍ଖାରୀ’ ପାଇଁ ଓଡିଶାର ଘରେ ଘରେ ପରିଚିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀରେ ଟ୍ୱିଟ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ‘ବନ୍ଦେ ଉତ୍କଳ ଜନନୀ’ ଭଳି କାଳଜୟୀ ରଚନା ତାଙ୍କୁ ସ୍ମରଣୀୟ ରଖିବ, ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ଅମ୍ଳାନ କୃତି ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।