କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ଆଜିର ମହିଳା: ମୋଦି

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଭାରତ ନିର୍ମାଣରେ କାନ୍ଧରେ କାନ୍ଧ ମିଶାଇ ଚାଲୁଛନ୍ତି ଆଜିର ମହିଳାମାନେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ । ଆମ ମା ଓ ଭଉଣୀଙ୍କ ଯୋଗଦାନ, ସେମାନଙ୍କର ସାମର୍ଥ୍ୟ ଆଜି ଦେଶ ଅନୁଭବ କରୁଛି ।
ଏହି ଅବସରରେ ମୋଦି ତାଙ୍କ ଦ୍ୱାରା ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସେସବୁ ମଧ୍ୟରେ ଉଜ୍ଜଳା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ଶୌଚାଳୟ ନିର୍ମାଣ, ତିନି ତଲାକ, ମାତୃତ୍ୱ ଛୁଟି ଆଦି ଯୋଜନାରେ ମହିଳାଙ୍କ ସମ୍ମାନ, ସୁରକ୍ଷା, ଶିକ୍ଷା ଆଦିକୁ ଧ୍ୟାନ ଦିଆଯାଇଥିବା କହିଥିଲେ ମୋଦି ।