କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍: ୨୮ ଗୁରୁତର

0

ଗୁଜୁରାଟ: ଗୁଜୁରାଟର ଏକ ରାସାୟନିକ କାରଖାନାରେ ବଡ ଧରଣର ଅଘଟଣ ଘଟିଛି  । ଅଳ୍ପକେ ବର୍ତ୍ତିଛନ୍ତି କର୍ମି । କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା ଦ୍ୱାରା ୨୮ ଜଣଙ୍କୁ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଫ୍ୟାକ୍ଟ୍ରିରୁ ଯାନ୍ତ୍ରୀକ ତ୍ରୁଟି କାରଣରୁ ବ୍ରୋମିନ୍ ଗ୍ୟାସ ନିର୍ଗତ ହୋଇଥିଲା । ଫଳରେ ସେଠାରେ କାମ କରୁଥିବା ଶ୍ରମିକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଭାରି ସମସ୍ୟା ହୋଇଥିଲା । ଫଳରେ ସେମାନଙ୍କ ମଧ୍ୟରୁ ଅନେକ ଅଚେତ ହୋଇପଡିଥିଲେ । ଏହି ସମୟରେ ଫ୍ୟାକ୍ଟ୍ରିରେ ପାଖାପାଖି ୨୦୦୦ ଶ୍ରମିକ କାମ କରୁଥିଲେ । ସମସ୍ତ ଶ୍ରମିକଙ୍କୁ ଯୁଦ୍ଧକାଳୀନ ଭତ୍ତିରେ ସୁରକ୍ଷିତ ଭାବେ କରାଯାଇଥିଲାବେଳେ ଆଉ ଏପରି ଅଘଟଣ ପରେ ଆଖପାଖ ଇଲାକାରେ ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି ।