କାର -ବାଇକ ମୁହାଁମୁହିଁ ଧକ୍କା , ଦୁଇ ଜଣ ଗୁରୁତର

0

(ସତ୍ୟନାରାୟଣ ପାଲ / ରାଇରଙ୍ଗପୁର): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରେ ଟାଉନଥାନା ଅନ୍ତର୍ଗତ ଦୁବୁଲାବେଡା ଛକରେ କାର ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଦୁଇ ଜଣ ଗୁରୁତର । ସୂଚନାଯୋଗ୍ୟ ଯେ ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣିଆ ଗାଁର ଲାଇଭା ସିଂ ଏବଂ ସିଂହ ସିଂ ତାଙ୍କର ଜ୍ଞାତି କୁଟୁମ୍ବ ଘରକୁ ବାଇକରେ ଯାଇ କାମ ସାରି ଫେରୁଥିବା ବେଳେ ରାଇରଙ୍ଗପୁର-ଗୋରୁମହିଷାଣୀ ରାସ୍ତା ଦୁବୁଲାବେଡା ଛକରେ କାର ଜେଏଚ ସହ ଧକ୍କା ହୋଇଥିଲା ।ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି ।