(ରିପୋଟର୍ସ ଟୁଡେ/ଭୁବନେଶ୍ୱର) : ଆସନ୍ତକାଲିଠାରୁ ରାଜ୍ୟବ୍ୟାପୀ ଗଡ଼ିବ ଘରୋଇ ବସ୍ । ଚଣ୍ଡିଖୋଲ ବୈଠକରେ ବସ୍ ଚଳାଚଳ ନେଇ ବସ୍ ମାଲିକ ସଙ୍ଘ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂଘ ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁଙ୍କ ସୂଚନା ଦେଇଛନ୍ତି । ପ୍ରଥମ ଦଫାରେ କାଲିଠାରୁ କିଛି କିଛି ବସ୍ ଚଳାଚଳ କରିବ । ପୂରା ମାତ୍ରାରେ ବସ୍ ଚଳାଚଳ ପାଇଁ ୧୦ ଦିନ ସମୟ ଲାଗିବ ବୋଲି ଶ୍ରୀ ସାହୁ କହିଛନ୍ତି । ଯେତିକି ସିଟ୍ ସେତିକି ଯାତ୍ରୀ ବସ୍ ଯାତ୍ରା କରିପାରିବେ । ସାମାଜିକ ଦୂରତା ରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ପ୍ରଥମ ପର୍ୟ୍ୟାୟରେ କିଛି ବସ୍ କାଲିଠାରୁ ଚାଲିବ । ଆଜି ବସ ମାଲିକ ସଂଘ ସାଧାରଣ ପରିଷଦ ମିଟିଂରେ ଏହି ନିଷ୍ପତ୍ତି ନିଆଯିବା ପରେ କାଲିଠୁ ଘରୋଇ ବସ୍ ଚଳାଚଳ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।