( ଜୟନ୍ତ କୁମାର ସେଠୀ ): ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ମାଳତିପାଟପୁର ଠାରେ କାଳିଆ ଯୋଜନା ଯୋଜନାରେ କୃଷକ ମାନଙ୍କୁ ସହାୟକ ରାଶି ନିମନ୍ତେ କାଳିଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଚାଷୀଭାଇଭଉଣୀଙ୍କ କଲ୍ୟାଣ ଏବଂ ଚାଷର ଉନ୍ନତି ପାଇଁ ସରକାର କାଳିଆ ଯୋଜନା ଆରମ୍ଭ କରି ଭୂମିହୀନ ଭାଗଚାଷୀ, କୃଷି ଶ୍ରମିକ, କ୍ଷୁଦ୍ର ଚାଷୀ ଓ ନାମମାତ୍ର ଚାଷୀଙ୍କୁ ଚାଷ ପାଇଁ ସବୁ ସୁବିଧା ଯୋଗାଇଦେବା ସହିତ ଗରୀବ ଦୂର କରିବାରେ ଏକ ଅମୋଘ ଅସ୍ତ୍ର ଭାବରେ କାମ କରିବ। କାଳିଆ ଯୋଜନା ରେ ୯୨ ଭାଗ ଚାଷୀଭାଇ ଉପକାର ପାଇବେ , ଖରିଫ୍ ଓ ରବି ଉଭୟ ଫସଲ ରୁତୁ ପାଇଁ ପାଞ୍ଚ ହଜାର ଟଙ୍କା ଲେଖାଏଁ ପାଇବେ,ବିନା ସୁଧରେ ପଚାସ ହଜାର ଟଙ୍କା ପର୍ୟ୍ୟନ୍ତ ଫସଲ ରୁଣ ପାଇବେ, ଭୁମିହୀନ ଚାଷୀ ଜିବନ ଜିବିକା ପାଇଁ ୧୨,୫୦୦ ଟଙ୍କା ର ସହାୟତା କାଳିଆ ଯୋଜନା ରେ ଦିଆଜିବ।ଚାଷ କାମ କରିପାରୁ ନଥୀବା ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକ ପାଇଁ ୧୦ ହଜାର ଟଙ୍କା ସାହାଯ୍ୟ ମିଳିବ। ସାରା ଓଡ଼ିଶାର ଆସିଥିବା ଚାଷୀ ଭାଇମାନଙ୍କ ସେଥିମଧ୍ୟରୁ ୧୦ ଜଣ ଚାଷୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସହାୟତାପତ୍ର ପ୍ରଦାନ କରିଥିଲେ। ଏହି ସମାବେଶରେ ବିଭିନ୍ନ ବ୍ଲକ ରେ ବିଧାୟକ ଓ ଓଡ଼ିଆ ଚଳଚିତ୍ର ଅଭିନେତା ମାନେ ଓ ହାଜର ହଜାର କୃଷକ ଉପସ୍ଥିତ ଥିଲେ ।