(ରିପୋର୍ଟସ ଟୁଡ଼େ): ଆସନ୍ତାକାଲି ପୁରୀରେ କାଳିଆ ଯୋଜନା ପାଇଁ ଏକ କୃଷି ସମାବେଶ ହେବ। ଏଥିପାଇଁ ଜୟପୁର ଘରୋଇ ବସ୍ ମାଲିକ ସଂଘ ସହ ଆର୍ଟିଓ ପକ୍ଷରୁ ଚୁକ୍ତି ହୋଇଥିଲା। ଜୟପୁରରୁ ଚାଷୀଙ୍କୁ ପୁରୀ ନେବା ପାଇଁ ୨୮ଶହ ଟଙ୍କା ଛିଣ୍ଡିଥିଲା। ତେବେ ଏହାକୁ ଜୟପୁର ବସ୍ ମାଲିକ ସଂଘ ଗ୍ରହଣ କରିନାହିଁ। କିଲୋମିଟର୍ ପିଛା ୫୦ ଟଙ୍କା ଦେବା ପାଇଁ ଦାବି କରିଛି। ଦାବି ପୂରଣ ନହେଲେ ଜୟପୁରରୁ ବସ୍ ଚାଲିବ ନାହିଁ ବୋଲି ନିଷ୍ପତ୍ତି କରିଛି ସଂଘ । କାଳିଆ ଯୋଜନା ସମ୍ମିଳନୀ ପାଇଁ ଦର ନଛିଣ୍ଡିବାରୁ ବସ୍ ଚଳାଚଳ ବନ୍ଦ ହୋଇଛି। ଜୟପୁରରେ ଏପରି କିଛି ଘଟଣା ଘଟିଛି। । ଆସନ୍ତାକାଲିର ସମାବେଶ ପାଇଁ ଆଜି ଅପରାହ୍ନ ୨ଟାରେ ବସ୍ ଯିବାର ଥିଲା।