କିରୋସିନ ଚୋରା ଚାଲାଣ ଅଭିଯୋଗରେ ଦୁଇ ଭାଇ ଗିରଫ

0

(ଜୟନ୍ତ କୁମାର ସେଠୀ / ପୁରୀ): କିରୋସିନ ଚୋରା ଚାଲାଣ ଅଭିଯୋଗରେ ୨ ଜଣଙ୍କୁ ପୁରୀ କାକଟପୁର ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦୁଇ ଭାଇ ରାଜକିଶୋର ସ୍ୱାଇଁ ଓ ରମେଶ ଚନ୍ଦ୍ର ସ୍ୱାଇଁ ।ଏହି ଦୁଇ ଅଭିଯୁକ୍ତ କାକଟପୁର ଥାନା ସୁନାରିବସ୍ତ ଗ୍ରାମର ବାସିନ୍ଦା। ପୋଲିସ ଏକ ହଜାର ଲିଟର କିରୋସିନ ଚାଲାଣ କରାଯାଉଥିବା ଡ୍ରମ ସମେତ ଏକ ଟ୍ରାକ୍ଟର ମଧ୍ୟ ପୋଲିସ ଜବତ କରିଛି। ପୋଲିସ ସୂଚନା ଅନୁଯାୟୀ ବେଆଇନ ଭାବେ କିରାସିନି ଚାଲାଣ ନେଇ ପୋଲିସ ପାଖରେ ଖବର ପରେ ଚଢ଼ାଉ କରାଯାଇ ଏହା ସିଜ କରାଯାଇଛି। ସେହିପରି ଏହି ବେଆଇନ କାରବାର ରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ମଧ୍ୟ ତଦନ୍ତ କରୁଛି କାକଟପୁର ପୋଲିସ।