(ହରପ୍ରସାଦ ବିଶୋଇ)ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବା ଘଟଣାରେ ଆଜି ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫରେମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କୁନ୍ଦୁଲି ପୀଡ଼ିତାଙ୍କ ଦୋଷୀ ଉପରେ ରାଜ୍ୟସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଦେଢବର୍ଷ ପରେ ଆଜି କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାର ରହସ୍ୟ କମିଶନଙ୍କ ରିପୋର୍ଟରେ ବାହାରକୁ ଆସିଲା । ଆଜି କମିଶନ ଯେଉଁ ତଥ୍ୟ ପ୍ରକାଶ କରିଛନ୍ତି ,ସେହି ରହସ୍ୟମୟ ବ୍ୟକ୍ତିଙ୍କ ବେଆଇନ କାର୍ଯ୍ୟକ୍ରମକୁ ରାଜ୍ୟସରକାର ଓଡ଼ିଶାବାସୀଙ୍କୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତୁ । ଯେଉଁ ବ୍ୟକ୍ତି ମାନେ ବେଆଇନ ଜନଶୁଣାଣୀ କରି କୁନ୍ଦୁଲି ପୀଡ଼ିତାଙ୍କୁ ଆତ୍ମହତ୍ୟା କରିବାକୁ ଏକ ପ୍ରକାର ବାଧ୍ୟ କରିଥିଲେ । ସେମାନଙ୍କ ବିରୋଦ୍ଧରେ ରାଜ୍ୟ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଓ ଗିରଫ କରନ୍ତୁ ବୋଲି ଦାବି କରାଯାଇଛି ।