(ଶୁଭସ୍ମିତା ଦାଶ): ସନ୍ଥଙ୍କ ହିସାବରେ ଦତ୍ତାତ୍ରେୟଙ୍କୁ ଯାହାଙ୍କ ଠାରୁ ଶିକ୍ଷା ମିଳିଥାଏ ତାକୁ ସେ ଆଦର୍ଶ ବୋଲି ମାନିଥାନ୍ତି। ଏଥିରେ କୁକୁର ସହିତ ଅଜଗର ମଧ୍ୟ ସାମିଲ ଅଛି। ଏଥିପାଇଁ ସନ୍ୟାସ ଜୀବନରେ ଅଧିକାଂଶ ସନ୍ଥ କୁକୁରକୁ ନିଜ ସାଥିରେ ରଖିଥାନ୍ତି। ସଙ୍ଗମ ସ୍ଥଳରେ ଚାଲିଥିବା କୁମ୍ଭ ମେଳାରେ ସାଧୁ ସନ୍ଥଙ୍କ ସହିତ କେତେକ କୋଟି ପତି କୁକୁରଙ୍କୁ ଦେଖିବାକୁ ମିଳିଛି ।
ଓମଗିରି ମହାରାଜ ଦୁଇଟି କୁକୁରକୁ ପାଳିଛନ୍ତି
ପଞ୍ଜାବରୁ ଜୁନା ଆଖଡାକୁ ଆସିଥିବା ଓମଗିରି ମହାରାଜ ଦୁଇଟି କୁକୁରକୁ ପାଳିଛନ୍ତି। ଗୁଜୁରାଟରୁ ଆସିଥିବା ରାମରାଜପୁରୀ ମଧ୍ୟ କୁକୁର ପାଳିଛନ୍ତି। ଅର୍ଜୁନପୁରୀ ଏବଂ ତିରୁପତି ସ୍ବାମୀ ଭଳି ବାବା ମଧ୍ୟ ଭୈରବଙ୍କର ପୂଜାରୀ ଅଟନ୍ତି। ଚୈତନ୍ୟପୁରୀ ନିଜ କୁକୁର ନାଁକୁ ହିଁ ଭୈରବ ରଖିଦେଇଛନ୍ତି।
ଟାୟସନ ନାମରେ ରହିଛି ଆଶ୍ରମ ସମ୍ପତ୍ତି
ଗୁଜୁରାଟ କଚ୍ଛରୁ ଆସିଥିବା ସ୍ବାମୀ ଦିଗେନ୍ଦ୍ର ନାଥ ମହାରାଜଙ୍କ ପାଖରେ ଟାୟସନ ନାମକ ଲାବ୍ରାଡର ନାମରେ ଆଶ୍ରମ ଜମି ରହିଛି। ଆଖଡା ପରିଷଦର ମହାମନ୍ତ୍ରୀ ହରିଗିରି ମହାରାଜ କହିଛନ୍ତି ଅନେକ କୁକୁରଙ୍କ ନାମରେ ଟାଟା ସଫାରୀ, ଟୋୟାଟୋ ଭଳି ରାଜକୀୟ ଗାଡି ମଧ୍ୟ ରହିଛି। ଏହି ଗାଡି ଗୁଡିକ ସେମାନଙ୍କ ପାଇଁ ମଧ୍ୟ କିଣାଯାଇଛି। ଅର୍ଜୁନପୁରୀ ଗୋଟିଏ ବ୍ୟାଙ୍କ ଖାତା ରାଘବ ନାମକ କୁକୁର ନାମରେ କରିଦେଇଛନ୍ତି। ତେବେ କେଦାରନାଥରୁ ଆସିଥିବା ନାଗା ସନ୍ୟାସୀ ପ୍ରେମଗିରି ନିଜ କୁକୁର ଜ୍ୟାକିର ଆଧାର କାର୍ଡ ମଧ୍ୟ କରିଦେଇଛନ୍ତି। ସନ୍ଥଙ୍କର ଏହି କୁକୁରଙ୍କର ଥାଟ ବା ପତିଆରା,ବହୁତ ଶ୍ରଦ୍ଧାଳୁଙ୍କ ପାଇଁ କୌତୁହଳ ସ୍ରୁଷ୍ଟି କରୁଛି।
ଖାଇଥାନ୍ତି କାଜୁ-ବାଦାମ, ଶୋଇଥାନ୍ତି ଡବଲ ବେଡ ବିଛଣାରେ
ସନ୍ଥଙ୍କ ସହିତ ରହୁଥିବା କୁକୁର ଖାଇବା-ପିଇବାରେ ଶୌକିନ ଅଟେ। ତାଙ୍କ ରହଣି-ସହଣି ବହୁତ ଶୀର୍ଷରେ। କୁକୁର ମିନେରାଲ ପାଣି ପିଉଛନ୍ତି ଏବଂ କାଜୁ-ବାଦାମ ଖାଉଛନ୍ତି। ସକାଳୁ ବେଡ ଟି ମଧ୍ୟ ପିଉଛନ୍ତି। ଟିଫିନରେ କ୍ରୀମ ବିଷ୍କୁଟ,ହାଲୁଆ ଏବଂ ବଟର-ସ୍ଲାଇସ ନେଉଛନ୍ତି। କେବଳ ଏତିକି ନୁହେଁ ଡବଲ ବେଡରେ ମଧ୍ୟ ଶୋଉଛନ୍ତି। ଇନ୍ଦୋରରୁ ଆସିଥିବା କେଦାରପୁରୀଙ୍କ କୁକୁର ଶଙ୍କୀ ତାଙ୍କ ସହିତ ବ୍ରତ ମଧ୍ୟ ରଖିଥାଏ। ସେ ଦିନସାରା ଫଳ ଆହାର କରି ରହିଥାଏ।